କେବଳ ଆସିଡିଟି ନୁହଁ ଖାଲିପେଟରେ ଚା’ ପିଇଲେ ହୁଏ ଏହି ୪ ଟି ରୋଗ ! କ’ଣ ଜାଣନ୍ତୁ ।

3,432

ପ୍ରାୟତଃ ଅଧାରୁ ଅଧିକ ଲୋକ ସକାଳ ଉଠିବା ପରେ ଖାଲି ପେଟରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗିଥାଏ । କିନ୍ତୁ ସେଇ କିଛି ସମୟ ପାଇଁ ଲାଗୁଥିବା ଫୁର୍ତ୍ତି ପାଇଁ ଆପଣ ଯେଉଁ ଚା’ ପିଉଛନ୍ତି ତାହା ଶରୀରରେ କେତେ ଯେ ସମସ୍ୟା ସୃଷ୍ଟି କରୁଛି, ତାହା ଆପଣ ଜାଣିଛନ୍ତି କି? ଯଦି ଅପାଣଙ୍କର ମଧ୍ୟ ସକାଳୁ ଉଠିବା ପରେ ଖାଲି ପେଟରେ ଚା’ ପିଇବାର ଅଭ୍ୟାସ ରହିଛି ତେବେ ତୁରନ୍ତ ବଦଳାନ୍ତୁ । ଆସନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇବା ଦ୍ୱାରା କେଉଁ କେଉଁ ସମସ୍ୟା ଦେଖା ଯାଇଥାଏଟ୍ଟ

୧. ପ୍ରତିଦିନ ଖାଲି ପେଟରେ ଚା’ ପିଇବା ଦ୍ୱାରା ଖୁବ୍‌ ଶୀଘ୍ର କମ କାମ କରି ଲୋକମାନେ ଥକାପଣ ଅନୁଭବ କରିଥାନ୍ତି । ସିଡ଼ି ଚଢ଼ିବାରେ ସେମାନଙ୍କୁ ଅସୁବିଧା ଅନୁଭବ ହୋଇଥାଏ । ଖାଲି ପେଟରେ ଚା’ ପିଇବା ଦ୍ୱାରା ଠିକ୍‌ ଭାବରେ ଭୋକ ନ ଲାଗିବା ସହ ଖାଦ୍ୟର ପୋଷଣ ଶରୀରକୁ ମିଳି ପାରି ନଥାଏ । ଯାହାଦ୍ୱାରା ଥକାପଣ ଅନୁଭବ ହୋଇଥାଏ ।

୨. ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ହେବା ବା ଚିଡ଼ି ଚିଡ଼ି ହେବା ଖାଲି ପେଟରେ ଚା’ ପିଇବା ଦ୍ୱାରା ହୋଇଥାଏ । କୌଣସି କାମ କରିବାକୁ ଆଗ୍ରହ ନ ଆସିବା ସହ ଲୋକମାନେ ଖୁବ୍‌ ଶୀଘ୍ର ରାଗିବାକୁ ଲାଗିଥାନ୍ତି ।

୩. ଖାଲି ପେଟରେ ଚା’ ପିଇଲେ ପେଟ ଫୁଲିବା ସମସ୍ୟା ଆରମ୍ଭ ହୋଇଥାଏ । ପେଟରେ ଗ୍ୟାସ୍‌ ଭରିଯିବା ହେତୁ ଏପରି ହୋଇଥାଏ । ସେଥିପାଇଁ ଖାଲି ପେଟରେ ଚା’ ପିଇବା ଆଜିଠାରୁ ବନ୍ଦ କରନ୍ତୁ ।

୪. ଚା’ ପ୍ରସ୍ତୁତ କରିବା ପାଇଁ ସେଥିରେ ପଢ଼ୁଥିବା ଚିନି ଏବଂ ଚା’ ପତି ଶରୀରର ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇଥାନ୍ତି ।