ଯବାନଙ୍କ ଜୀବନ ଆଦୌ ସହଜସାଧ୍ୟ ହୋଇନଥାଏ ତାହା ଆପଣ ବି ହୃଦୟଙ୍ଗମ କରିଥିବେ । ଭାରତମାତାର ଏହି ସୁପୁତ୍ର ନା କେବଳ ଗମ୍ଭୀର ପରିସ୍ଥିତିର ସାମ୍ନା କରନ୍ତି ନିଜ ପରିବାରଠାରୁ ବି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଦୂର ରହିଥାନ୍ତି । ପ୍ରତିଦିନ ପ୍ରତିଘଣ୍ଟା ଜଣେ ଯବାନ ନିଜ ସଙ୍ଗେ ମୃତ୍ୟୁକୁ ସାଙ୍ଗରେ ନେଇ ଚାଲିଥାନ୍ତି । ଘର ପରିବାରଠାରୁ ଦୂରେଇ ରହିବାର ସାହସ ରହିବା ଖୁବ୍ କମ୍ ଲୋକଙ୍କ ପାଖରେ ଥାଏ । ଯେତେବେଳେ ଜଣେ ଯବାନ ଦେଶ ପାଇଁ ଜୀବନ ଦେଇଥାଏ ସେହି ସମୟରେ ଉକ୍ତ ଯବାନଙ୍କ ପରିବାରର ପରିସ୍ଥିତି ମଧ୍ୟ ଖୁବ୍ ପ୍ରଶଂସଯୋଗ୍ୟ ଥାଏ । କିଛି ଏହିଭଳି ସାହସ ଏବଂ ଦୃଢତାଭରା କାହାଣୀ ହେଉଛି ସହିଦ୍ କ୍ୟାପଟେନ୍ ଶଫିକ୍ ଘୋରୀଙ୍କ ପତ୍ନୀ ସଲମାଙ୍କ ତ୍ୟାଗର ।
ସଲମା ଫେସବୁକ୍ ରେ ନିଜର ଏକ ପେଜ୍ ପ୍ରସ୍ତୁତ କରି ‘ବିଙ୍ଗ୍ ୟୁ’ ରେ ନିଜ ଏହି କାହାଣୀ ସେୟାର୍ କରିଛନ୍ତି । ସଲମା ନିଜ ପୋଷ୍ଟରେ ଲେଖିଛନ୍ତି ୧୯ ବର୍ଷ ବୟସରେ ୧୯୯୧ ମସିହାରେ ତାଙ୍କର ବିବାହ କ୍ୟାପଟେନ୍ ଶଫିକ୍ ଙ୍କ ସହ ହୋଇଥିଲା । ୨୯ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇଥିଲେ ସଲମା । କ୍ୟାପଟେନ୍ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢେଇ କରୁଥିବା ବେଳେ ସହିଦ୍ ହୋଇଥିଲେ । ସଲମା ନିଜ ଲେଖନୀରେ ବିବାହ ଜୀବନର ସୁନ୍ଦରତାକୁ ବର୍ଣ୍ଣନା କରିଥିଲେ ଛୋଟ ଥିଲା କିନ୍ତୁ ସୁନ୍ଦର ଥିଲା ତାଙ୍କ ବୈବାହିକ ସମୟ । ଫୋନ୍ ନଥିବା କାରଣରୁ ତାଙ୍କ ସ୍ୱାମୀ କିଭଳି ପ୍ରତିଦିନ ତାଙ୍କୁ ଚିଠି ଲେଖୁଥିଲେ । ଜଣେ ଯବାନଙ୍କ ସ୍ତ୍ରୀ ହୋଇଥିବା କାରଣରୁ ସେ ଏହାର ସମ୍ମାନକୁ ଶୀଘ୍ର ଜାଣିପାରିଥିଲେ । ସ୍ୱାମୀ ପ୍ରଥମେ ଦେଶକୁ ଭଲ ପାଉଥିଲେ ଏବଂ ପରେ ତାଙ୍କ ପରିବାରକୁ ଭଲ ପାଉଥିବା କଥା ସେ କହିଥିଲେ । ଦୁହେଁ ପତିପତ୍ନୀ ପ୍ରତିଦିନ ଚିଠି ଲେଖୁଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ସଲମାଙ୍କୁ ସେତେବେଳେ ସ୍ୱାମୀଭ୍କ ଶେଷଚିଠି ମିଳିଥିଲା ଯେତେବଳେ ଶଫିକ୍ ସହିଦ୍ ହୋଇଥିଲେ ।
ଏହାପରେ ଆରମ୍ଭ ହୋଇଥିଲା ସଲମାଙ୍କ ଜୀବନର ଅସଲ ପରୀକ୍ଷା । ଅନେକ ତାଙ୍କୁ ପୁନର୍ବାର ବିବାହ କରିବା ପାଇଁ କହିଥିଲେ । କିନ୍ତୁ ସଲମା କହିଥିଲେ କ୍ୟାପଟେନ୍ ଶଫିକ୍ ତାଙ୍କର ଥିଲେ ଏବଂ ତାଙ୍କର ହିଁ ରହିବେ । ବର୍ତ୍ତମାନ ସମୟରେ ସଲମା ସହିଦ୍ ମାନଙ୍କ ବିଧବା ପତ୍ନୀଙ୍କ ସଶକ୍ତିକରଣ ପାଇଁ କର୍ଣ୍ଣାଟକରେ କାମ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/156160-salma-ghori-1.jpg)
/kanak/media/post_attachments/wp-content/uploads/2019/01/Major-Shafeeq-Mahmood-Khan-Ghori-with-his-wife-and-son-300x214.jpg)
/kanak/media/post_attachments/wp-content/uploads/2019/01/Major-Shafeeq-Mahmood-Khan-Ghori-with-his-family-1024x578-300x169.jpg)