ପ୍ରତିବର୍ଷ ବାର୍ଡ ଫ୍ଲୁ ଭାଇରସ୍ ବିଷୟରେ ଶୁଣିଥିବେ, ଯେଉଁଥିରେ କୁକୁଡାଙ୍କ ମୃତ୍ୟୁ ଅଧିକ ହୁଏ । ଏହି ଫ୍ଲୁ ଅନ୍ୟ ପକ୍ଷୀଙ୍କୁ ମଧ୍ୟ ବ୍ୟାପେ । ଏହି ସଂକ୍ରମଣ ମଣିଷଙ୍କ ପାଇଁ କ୍ଷତିକାରକ ହୋଇପାରେ ।
ଏହି ସଂକ୍ରମଣ ଆରମ୍ଭରେ ପକ୍ଷୀଙ୍କ ମଳରୁ ବ୍ୟାପେ । ମଣିଷଙ୍କ ଠାରେ ଏହି ଭାଇରସ୍ ପକ୍ଷୀଙ୍କ ସଂପର୍କରେ ଆସିଲେ ବା ଚିକେନ୍ ଖାଇବା ଦ୍ୱାରା ବ୍ୟାପେ । ଏହି ଭାଇରସ୍ ବ୍ୟାପିବା ସମୟରେ ଚିକେନ୍ ଖାଇବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା ଏହି ଘାତକ ଭାଇରସ୍ ବ୍ୟାପିବାର ମୁଖ୍ୟ କାରଣ କ’ଣ ଓ ଆପଣ ଏହାଠୁ କେମିତି ବଂଚିବେ ।
ବାର୍ଡ ଫ୍ଲୁ ର ଲକ୍ଷଣ :
ଭୀଷଣ ଜ୍ୱର ହେବା, ସର୍ଦି ହେବା ଓ ନାକ ବହିବା, ଗଳା ଫୁଲିବା, ତଳପେଟରେ ଯନ୍ତ୍ରଣା ହେବା, ଭୀଷଣ ମୁଣ୍ଡ ବ୍ୟଥା ଇତ୍ୟାଦି ।
କେମିତି ରଖିବେ ନିଜକୁ ସୁରକ୍ଷିତ :
-ଯଦି ଆପଣ ଏହି ସଂକ୍ରମଣର ଶିକାର ଅଛନ୍ତି । ତେବେ କାଶିବା, ଛିଙ୍କିବା ସମୟରେ ମୁହଁ ଏବଂ ନାକ କପଡାରେ ଘୋଡାନ୍ତୁ ।
-ଭିଡ ସ୍ଥାନ ବା କୁକୁଡା ପାଳନ କେନ୍ଦ୍ରକୁ ଯାଆନ୍ତୁନି ।
-ସ୍ଥାନ ସ୍ଥାନରେ ଥୁକନ୍ତୁ ନାହିଁ ।
-କାଶ, ଛିଙ୍କ ଓ ଜ୍ୱରରେ ପୀଡିତ ରୋଗୀଙ୍କ ଠାରୁ କିଛି ଦୂରତା ବଜାୟ ରଖିବା ଉଚିତ୍ ।
-ବାର୍ଡ ଫ୍ଲୁ ବ୍ୟାପିବା ସମୟରେ ଚିକେନ୍ ଓ ଅଣ୍ଡାକୁ ଉପଯୋଗ କରନ୍ତୁ ନାହିଁ ।
-ଅଧିକ ପାଣି ପିଅନ୍ତୁ ଏବଂ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ ।
-ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/BIRD-FLU-2.jpg)
/kanak/media/post_attachments/wp-content/uploads/2018/12/20130413_CNP001_0-300x169.jpg)
/kanak/media/post_attachments/wp-content/uploads/2018/12/Bird-flu-H7N4-outbreak-Four-symptoms-to-watch-for-919417-1-300x178.jpg)