ଡାକ୍ତରଙ୍କ ଅବହେଳା ନା ଚମତ୍କାର ! ମୃତ ବ୍ୟକ୍ତିଙ୍କ ପୋଷ୍ଟମଟମ୍ ହେବାକୁ ଯାଉଥିଲା ଏବଂ ଆଖି ଖୋଲି ବସି ପଡିଲେ ବ୍ୟକ୍ତି ।

Advertisment
ଡାକ୍ତରଙ୍କ ଅବହେଳା ନା ଚମତ୍କାର ! ମୃତ ବ୍ୟକ୍ତିଙ୍କ ପୋଷ୍ଟମଟମ୍ ହେବାକୁ ଯାଉଥିଲା ଏବଂ ଆଖି ଖୋଲି ବସି ପଡିଲେ ବ୍ୟକ୍ତି ।

source : India.com

ଜିବୀତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବାର ଅନେକ ମାମଲା ସାମ୍ନାକୁ ଆସିଛି। ହିମାଂଶୁ ଭରଦ୍ୱାଜ ନାମକ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡାର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରିବା ପରେ ଡାକ୍ତର ହିମାଂଶୁଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ଡାକ୍ତର ଉକ୍ତ ବ୍ୟକ୍ତିଙ୍କୁ ଶବଗୃହକୁ ପଠାଇ ଦେଇଥିଲେ। ଗୋଟିଏ ରାତି ଶବଗୃହରେ ରହିବା ପରେ ବ୍ୟବଚ୍ଛେଦ ପାଇଁ ଅଣାଯାଉଥିବା ସମୟରେ ହିମାଂଶୁ ସୁଇପରକୁ ଜାବୁଡ଼ି ଧରିଥିଲେ। ଏହାପରେ ସୁଇପର ଭୟଭୀତ ହୋଇ ଡାକ୍ତରଙ୍କୁ ସୂଚନା ଦେଇଥିଲା। ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣାକୁ ନେଇ ହସପିଟାଲର ସମସ୍ତ ଷ୍ଟାଫ୍ ଓ ସେଠାରେ ଥିବା ଅନ୍ୟ ଲୋକମାନେ ଆଶ୍ଚର୍ୟ୍ୟଚକିତ ହୋଇଯାଇଥିଲେ। ଏହାପରେ ହିମାଂଶୁଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସର୍ଜିକାଲ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା।publive-imageତେବେ ଏହି ଘଟଣାକୁ ନେଇ ଡାକ୍ତର ଚମତ୍କାର ବୋଲି କହୁଥିବା ବେଳେ ପରିବାର ଲୋକ ଏହାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବହେଳା ବୋଲି କହିଛନ୍ତି। ଡାକ୍ତରଙ୍କ କହିବାନୁସାରେ ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଥିଲା, ଚିକିତ୍ସା କରିବା ପରେ ଯାଇ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe