ଚିନ୍ତା ବଢାଉଛି କରୋନା: ଦେଶରେ ଦିନକରେ ୧୨ ହଜାର ପାଖାପାଖି ଆକ୍ରାନ୍ତା, ୩୧୧ ମୃତ; ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୯୨୨କୁ ବୃଦ୍ଧି

239

କନକ ବ୍ୟୁରୋ: ଦେଶରେ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୧୧ ହଜାର ୯୨୯ ନୂଆ ଆକ୍ରାନ୍ତ । ୩୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୨୦ ହଜାର ୯୨୨କୁ ବୃଦ୍ଧି ହୋଇଛି । ସେପଟେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯ ହଜାର ଅତିକ୍ରମ କରିଛି । ୩୧୧ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୧୧୫କୁ ବୃଦ୍ଧି ହୋଇଛି । ସବୁଠାରୁ ଚିନ୍ତାଜନକ ରହିଛି ମହାରାଷ୍ଟ୍ରରେ କରୋନା ସ୍ଥିତି । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪ ହଜାର ୫୬୮ କୁ ଛୁଇଁଲାଣି । ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୩୦ ଛୁଇଁଲାଣି ।