ଆଜି କମିଲା ସଂକ୍ରମଣ, ବଢିଲା ସୁସ୍ଥ । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୧, ୮୨୧ କରୋନା ଆକ୍ରାନ୍ତ

266

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୧ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୨୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଆଜି ସୁନ୍ଦରଗଡରୁ ସର୍ବାଧିକ ୧୯୨୧, ଖୋର୍ଦ୍ଧାରୁ ୧୫୯୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି, କଟକରୁ ୧୦୫୨, ନବରଙ୍ଗପୁରରୁ ୩୧୬, ଝାରସୁଗୁଡାରୁ ୪୪୨, ଅନୁଗୁଳରୁ ୫୬୨, ମୟୂରଭଞ୍ଜରୁ ୧୭୯, ସମ୍ବଲପୁରରୁ ୫୩୩, ନୂଆପଡାରୁ ୨୨୯, ପୁରୀରୁ ୪୩୩, ବରଗଡରୁ ୪୫୭, ଯାଜପୁରରୁ ୨୩୭, ବଲାଙ୍ଗିରିରୁ ୩୧୮, କେନ୍ଦୁଝରରୁ ୩୧୫, ଗଞ୍ଜାମରୁ ୨୩୩, ବାଲେଶ୍ୱରରୁ ୨୬୦, ଗଜପତିରୁ ୧୨୦, ରାୟଗଡାରୁ ୧୩୭, କଳାହାଣ୍ଡିରୁ ୫୭୫, ନୟାଗଡରୁ ୧୭୪, ସୋନପୁରରୁ ୧୩୪, ଜଗତସିଂହପୁରରୁ ୧୪୨, ଦେବଗଡରୁ ୧୯୯, କେନ୍ଦ୍ରାପଡାରୁ ୨୦୩, କୋରାପୁଟରୁ ୧୨୦, ଭଦ୍ରକରୁ ୮୩, କନ୍ଧମାଳରୁ ୮୫, ମାଲକାନଗିରିରୁ ୫୮, ଢେଙ୍କାନାଳରୁ ୧୨୯ ଓ ବୌଦ୍ଧରୁ ୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।