ଆଜି ସଂକ୍ରମଣକୁ ଟପିଗଲା ସୁସ୍ଥ ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୧, ୭୬୯ କରୋନା ଆକ୍ରାନ୍ତ

183

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୧ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୭୬୯ କରୋନା ପଜିଟିଭ । ଆଜି ରାଜ୍ୟରେ ୧୦ ହଜାର ୯୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୩୨, କଟକରୁ ୮୫୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୬୨୭, ନବରଙ୍ଗପୁରରୁ ୩୪୨, ଝାରସୁଗୁଡାରୁ ୨୩୧, ଅନୁଗୁଳରୁ ୯୪୩, ମୟୂରଭଞ୍ଜରୁ ୪୪୯, ସମ୍ବଲପୁରରୁ ୫୩୮, ନୂଆପଡାରୁ ୧୮୦, ପୁରୀରୁ ୩୫୦, ବରଗଡରୁ ୩୫୧, ଯାଜପୁରରୁ ୬୭୯, ବଲାଙ୍ଗିରିରୁ ୫୦୬, କେନ୍ଦୁଝରରୁ ୨୩୭, ଗଞ୍ଜାମରୁ ୨୧୫, ବାଲେଶ୍ୱରରୁ ୪୭୨, ଗଜପତିରୁ ୬୩, ରାୟଗଡାରୁ ୧୬୫, କଳାହାଣ୍ଡିରୁ ୨୭୧, ନୟାଗଡରୁ ୨୧୫, ସୋନପୁରରୁ ୨୩୬, ଜଗତସିଂହପୁରରୁ ୨୬୭, ଦେବଗଡରୁ ୧୦୬, କେନ୍ଦ୍ରାପଡାରୁ ୧୬୨, କୋରାପୁଟରୁ ୩୫୫, ଭଦ୍ରକରୁ ୪୧୪, କନ୍ଧମାଳରୁ ୭୫, ମାଲକାନଗିରିରୁ ୧୧୧, ଢେଙ୍କାନାଳରୁ ୧୬୯ ଓ ବୌଦ୍ଧରୁ ୧୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।