ରାଜ୍ୟରେ ଦୈନିକ ସଂକ୍ରମଣ ୧୧,୭୩୨ । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ । ସେପଟେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ

255

କନକ ବ୍ୟୁରୋ : ରାଜ୍ୟରେ କମୁନି କରୋନା ଗ୍ରାଫ । ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧ହଜାର ୭୩୨ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୫୬୯ଜଣ ଓ ୫ହଜାର ୧୬୩ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରେ ସର୍ବାଧିକ ୧୭ଶହ ୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୮୭୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଂଟାରେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧରୁ ୪ଜଣ, ଅନୁଗୁଳରୁ ୩, ରାୟଗଡାରୁ ୩, ନୂଆପଡା ଓ ସୁନ୍ଦରଗଡରୁ ୨ଜଣ ଲେଖାଏଁ, ଏବଂ ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଲଗଡାଉନ୍ ଲାଗିବା ପରେ ସଂକ୍ରମଣ କମିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ଫଳପ୍ରଦ ହେଲା ଭଳି ନଜର ଆସୁନି । ପୂର୍ବରୁ ଯେଉଁଭଳି ସଂକ୍ରମଣ ସଂଖ୍ୟା ଚିହ୍ନଚ ହେଉଥିଲେ ଏବେ ମଧ୍ୟ ସେହି ଭଳି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ, ବରିଷ୍ଠ ଡାକ୍ତକମାନେ ମତ ରଖୁଛନ୍ତି କି ଅଧିକ ଟେଷ୍ଟ କାରଣରୁ ସଂକ୍ରମଣ ସଂଖ୍ୟା ଅଧିକ ଆସୁଛି । ଲକଡାଉନକୁ ବୃଦ୍ଧି କରାଗଲେ ଆଗକୁ ସଂକ୍ରମଣ ରୋକି ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି