ଅପରାଧୀଙ୍କୁ ଧରିବ କିଏ? ରାଜ୍ୟରେ ଫାଙ୍କା ପଡିଛି ପୋଲିସ ପଦବୀ ।

809

କନକ ବ୍ୟୁରୋ  : ରାଜ୍ୟରେ ବଢିଚାଲିଛି ଅପରାଧ, କିନ୍ତୁ ଫାଙ୍କା ପଡିଛି ପୋଲିସ ପଦବୀ । ୨୦୧୯-୨୦ ବର୍ଷରେ କେତେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ତାର ହିସାବ ଦେଇଛନ୍ତି ରାଜ୍ୟ ସରକାର । ୨୦୧୯ରେ ୧ଲକ୍ଷ ୨୧ ହଜାର ୫୨୫ ହଜାର ମାମଲା ପଞ୍ଜିକୃତ ହୋଇଛି । ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜିକୃତ ହୋଇଛି । କିନ୍ତୁ ଅପରାଧିକ ମାମଲା ବଢୁଥିବା ବେଳେ ରାଜ୍ୟରେ ପୋଲିସ ପଦବୀ ଫାଙ୍କା ପଡିଛି । ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଗୃହରେ ଏନେଇ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ଗୃହରେ ଦିବ୍ୟଶଙ୍କର ଉତ୍ତରରେ କହିଛନ୍ତି, ରାଜ୍ୟରେ ଅଗଷ୍ଟ ୧ ସୁଦ୍ଧା ୧୧ ହଜାର ୪୫୬ଟି ପୁଲିସ ପଦବୀ ଖାଲି ଅଛି । ୧୩ଟି ଡିଆଇଜି ପଦବୀ, ୧୫ଟି ଏସପି ପଦବୀ, ୨୪୮ଟି ଇନସ୍ପେକ୍ଟର ପଦବୀ ଖାଲି ରହିଛି । ବିଧାୟକ ଗଣେଶ ରାମ ଖୁଂଟିଆଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ଏହାବାଦ୍ ଆଜି ପ୍ରଶ୍ନକାଳରେ ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଓ ଥାନା ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ୬୮ଟି ନୂଆ ଥାନା, ୧୦୩ ଟି ଫାଣ୍ଡି ଓ ୩ ଥାନାର ନବୀକରଣ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ । ବାଚସ୍ପତିଙ୍କ ରୁଲିଂ ଏବଂ ବିଧାୟକ ମାନଙ୍କ ପ୍ରସ୍ତାଵ ପରେ ବି ଏହା କାର୍ୟ୍ୟକାରୀ ହେଉ ନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଅନେକ ବିଧାୟକ ।