ଇତିହାସ ରଚିଲା ଜମ୍ମୁକାଶ୍ମୀର ! ପ୍ରଥମଥର ପାଇଁ ୧୧୪୫ ଜଣ ପୋଲିସ୍ ଏବଂ ଯବାନ ନେଲେ ଭାରତୀୟ ସମ୍ବିଧାନର ଶପଥ

773

ନବ ଗଠିତ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ କାଶ୍ମୀର ରଚିଲା ନୂଆ ଇତିହାସ । ସୋମବାର ଦିନ ସ୍ଥାନୀୟ ପୋଲିସ ଟ୍ରେନିଙ୍ଗ କେନ୍ଦ୍ରରେ ଆୟୋଜିତ ପାସିଙ୍ଗ ଆଉଟ ପ୍ୟାରେଡରେ ପ୍ରଥମ ଥର ପାଇଁ ଯବାନମାନେ ଭାରତୀୟ ସମ୍ବିଧାନରେ ଶପଥ ଗ୍ରହଣ କରଛନ୍ତି । ଏହି ଗର୍ବର ମୂହୂର୍ତକୁ ନେଇ ଯବାନମାନେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ।

ସୂଚନାନୁସାରେ, ଗତକାଲି ମନୀଗାମ ପୋଲିସ ଟ୍ରେନିଙ୍ଗ ସେଣ୍ଟର(ପିଟିସି)ରେ ୧୧୪୫ ରଙ୍ଗରୁଟ ଜମ୍ମୁ କାଶ୍ମୀର ପୋଲିସରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୯ କମାଣ୍ଡଙ୍କୁ ଟ୍ରେନିଙ୍ଗ ଦିଆଗଲା ଯାହାକି ସେମାନେ ଯେ କୌଣସି ପରିସ୍ଥିତିର ସାମ୍ନା କରିପାରିବେ । ଏହି ଅବସରରେ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଯବାନଙ୍କୁ ସମ୍ବୋଧନ କରିଥିଲେ । ସେ ଜମ୍ମୁ କାଶ୍ମୀର ପୋଲିସକୁ ଆତଙ୍କବାଦୀ, ଆଇନ ବ୍ୟବସ୍ଥା ସହିତ ଅନ୍ୟ କେତେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ଏବଂ କାଶ୍ମୀରରେ ଆଇନ ବ୍ୟବସ୍ଥାକୁ ସୁଦୃଢ ରଖିବା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଯବାନମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ । କିଛି ଯବାନଙ୍କୁ ୧୦ପ୍ରତିଶତ ଏବଂ ଅନ୍ୟ କିିଛି ଯବାନଙ୍କୁ ୩୦ପ୍ରତିଶତ ଇନସେଟିଭ ମଧ୍ୟ ମିଳିବ । ରାଜ୍ୟପାଳ ଏହି ଅବସରରେ ମିଡିଆକୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ।