ବୀରତ୍ୱ ଓ ସେବା ପାଇଁ ୧୧୩୨ଜଣଙ୍କୁ କରାଯିବ ସମ୍ମାନିତ । ଗଣତନ୍ତ୍ର ଦିବସ ର୍ପୂବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଁ ଘୋଷଣା

96

କନକ ବ୍ୟୁରୋ : ଦେଶ ପାଳନ କରିବାକୁ ଯାଉଛି ୭୫ତମ ଗଣତନ୍ତ୍ର ଦିବସ । ଏହା ପୂର୍ବରୁ ଜାତୀୟ ସାହାସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତଥର ବିଭିନ୍ନ କ୍ଷେତ୍ରରେ ସାହସିକତା ଏବଂ ଉ ସେବା ପ୍ରଦର୍ଶନ ପାଇଁ ୧୧୩୨ଜଣ କର୍ମଚାରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ଜଣ ଜଣ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ସାହସିକତା ପୁରସ୍କାର ଏବଂ ୨୭୫ଜଣ କର୍ମଚାରୀଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ । ଏହା ବ୍ୟତତୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧୦୨ଜଣ ଓ ସମ୍ମାନଜନକ କାର୍ଯ୍ୟ ପାଇଁ ୭୫୩ଜଣଙ୍କୁ କର୍ମୀଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି । ଏମାନଙ୍କ ମଧ୍ୟରୁ ପୋଲିସ ସେବା ପାଇଁ ସର୍ବାଧିକ ୬୬୭ଜଣ, ଅଗ୍ନିଶମ ସେବା ପାଇଁ ୩୨ଜଣ , ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ପାଇଁ ୨୭ଜଣ ଲେଖାଏଁ କର୍ମଚାରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ।…

୨୭୫ଜଣଙ୍କୁ ସାହାସିକତା ପୁରସ୍କାରରେ ସମ୍ମାନିତ କରାଯିବାକୁ ଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୭୨ଜଣଙ୍କୁ ଜମ୍ମୁ କାଶ୍ମୀରରେ ପୁଲିସ ସେବା ପାଇଁ ସାହାସିକତା ପୁରସ୍କାର ଦିଆଯିବ । ସେହିପରି ଛତିଶଗଡ଼ରୁ ୨୬ଜଣ, ଝାଡ଼ଖଣ୍ଡରୁ ୨୩ଜଣ, ଓଡିଶାରୁ ୧୫ଜଣ, ଦିଲ୍ଲୀରୁ ୧୮ଜଣ, ସିଆରପିଏଫର ୬୫ଜଣ ଏବଂ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୨୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ । ଓଡିଶାରୁ ବିଭିନ୍ନ କ୍ଷେତ୍ରରେ ୨୮ଜଣଙ୍କୁ ମେଡାଲ ପ୍ରଦାନ କରାଯିବା । ଏମଧ୍ୟରୁ ୧୫ଜଣ ସାହସିକତା, ୧୧ଜଣ ବିଶିଷ୍ଟ ସେବା ଏବଂ ଦୁଇ ଜଣ ରାଷ୍ଟ୍ରପତି ମେଡାଲରେ ପୁରସ୍କୃତ ହେବେ ।