ଏଣିକି ଗୋଟିଏ ନମ୍ବରରେ ୩ ଜରୁରୀ ସେବା । ପୋଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ଡାଏଲ କରିବେ ୧୧୨

123

କନକ ବ୍ୟୁରୋ: ଏଣିକି ପୋଲିସ, ଦମକଳ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଜାରି । ସାରା ରାଜ୍ୟ ପାଇଁ ଏବେ କାମ କରିବା ଏହି ନମ୍ବର । ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୨କୁ ଡାଏଲ କରି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇପାରିବେ ।

ଆମ୍ବୁଲାନ୍ସ ପାଇଁ ୧୦୮, ଦମକଳ ପାଇଁ ୧୦୧ ଓ ପୋଲିସ ପାଇଁ ୧୦୦ ନମ୍ବର ପୂର୍ବ ଭଳି କାମ କରିବ । ପରେ ପର୍ଯ୍ୟାୟ କ୍ରମେ ଏହି ନମ୍ବର ସବୁ ବନ୍ଦ ହେବ । ହେଲେ ଏହି ୩ ସେବା ପାଇଁ ଗୋଟିଏ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏହି ୩ ଜରୁରୀ ସେବା ପାଇଁ ଏବେ ୧୧୨ ଡାଏଲ କରିବାକୁ ହେବ ।