କନକ ବ୍ୟୁରୋ : ମା’ ଆଗରେ ଝିଅକୁ କୀଟନାଶକ ପିଆଇ ଦେଲା ଅଜଣା ଯୁବକ । ବଲାଙ୍ଗୀର ଆଗଲପୁର ଥାନା ବାଂଝିପାଲି ଗାଁରେ ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଘରେ କେହି ନଥିବା ବେଳେ ହଠାତ୍ ଘର ଭିତରକୁ ପଶିଯାଇଥିଲା ଜଣେ ଅଜଣା ଯୁବକ । ଯୁବକ ଜଣବ ନାବାଳିକାକୁ ଜୋରଜବରଦସ୍ତି କୀଟନାଶକ ପିଆଇଉଥିବା ବେଳେ ଘରେ ପହଞ୍ଚିଥିଲେ ମା । ଝିଅର ତଣ୍ଟିକୁ ଚିପି କୀଟନାଶକ ପିଆଉଥିବା ବେଳେ ବିରୋଧ କରିଥିଲେ ମା’।
ତେବେ ମା’କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଯାଇଥିଲା ଯୁବକ । ହେଲେ ଘରେ ଛାଡ଼ି ଯାଇଥିଲା ଫୋନ । ଫୋନକୁ ପୁଲିସର ଜିମା ଦିଯାଯାଇଛି । ସେପଟେ ଘଟଣାର ତଦନ୍ତ କରୁଛି ପୁଲିସ ।