ବିଶ୍ୱାସ ଭାଙ୍ଗୁଛି ହ୍ୱାଟସଆପ ! ବ୍ଲକ କରିବା ଲୋକ ମଧ୍ୟ ପଠାଇପାରୁଛନ୍ତି ମେସେଜ୍ ।

45

ହ୍ୱାଟସଆପରେ ଏବେ ଏକ ବଡ ପରିବର୍ତ୍ତନ ୟୁଜର୍ସଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲୋକଙ୍କ କହିବାନୁସାରେ ହ୍ୱାଟସଆପ ବ୍ଲକ କରିଥିବା ଲୋକଙ୍କ ତରଫରୁ ମଧ୍ୟ ଏବେ ମେସେଜ୍ ଆସିବାରେ ଲାଗିଛି । ହ୍ୱାଟସଆପରେ ଏଭଳି ପରିବର୍ତ୍ତନରେ ୟୁଜର୍ସ ଅସନ୍ତୁଷ୍ଟତା ପ୍ରକାଶ କରିଛନ୍ତି । ଏହି ଅସୁବିଧା ଆଇଫୋନ୍ ସହ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନରେ ମଧ୍ୟ ଦେଖାଯାଉଛି । ଏଭଳି ଏକ ଖବରର ଜାନକାରୀ ଟ୍ୱିଟରରେ ଜଣେ ମହିଳା ୟୁଜର୍ସ ଦେଇ ସମସ୍ତଙ୍କୁ ସତର୍କ କରାଇଛନ୍ତି । ମହିଳାଙ୍କ କହିବାନୁସାରେ ହ୍ୱାଟସଆପର ଏକ ନୁତନ ବଗ୍ କାରଣରୁ ଏଭଳି ପରିସ୍ଥିତି ଦେଖାଦେଇଛି ।