କନକ ବ୍ୟୁରୋ: ଏକ ଘରୋଇ ଟିଭି ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ ଭାଇରାଲ ଅଡିଓ କ୍ଲିପ ପ୍ରସାରଣ ମାମଲାରେ ପୋଲିସ ଗିରଫ କରିଥିବା ଏହି ୨ଜଣଙ୍କୁ ଜାମିନ ମିଳିଛି । ୨ଜଣ ଜାମିନଦାର ଓ ୧୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେଇଛନ୍ତି କୋର୍ଟ । ଭାଇରାଲ ଅଡିଓ କ୍ଲିପରେ ଏହି ୨ଜଣ କଥା ହୋଇଥିଲେ ।
ଗୋଟିଏ ପଟେ ଘରୋଇ ଚ୍ୟାନେଲର କର୍ମକର୍ତାଙ୍କୁ ହାଜର ହେବାପାଇଁ ପୋଲିସ ନୋଟିସ କରୁଥିବା ବେଳେ ଅନ୍ୟପଟେ ତୃତୀୟ ପକ୍ଷ ହାତରେ ବାର୍ତା ପଠାଇବାକୁ ପୋଲିସ ସହଜରେ ଗ୍ରହଣ କରିପାରୁନାହିଁ । ଫଳରେ ଟିଭି ଚ୍ୟାନେଲ ଓ ପୋଲିସ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।
ପୋଲିସ ବିରୋଧରେ ଘରୋଇ ଚ୍ୟାନେଲର ଅଭିଯୋଗ ହେଲା ସେମାନେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ।
ଘରୋଇ ଟିଭି ଚ୍ୟାନେଲର ଯୁକ୍ତି
-ଚ୍ୟାନେଲ ପଠାଇଥିବା ଦସ୍ତାବିଜକୁ ଗ୍ରହଣ କରୁନାହିଁ ପୋଲିସ
-ପୁରା ଘଟଣାକୁ କାହିଁକି ଖରାପ ଉଦ୍ଦେଶ୍ୟମୂଳକ କୁହାଯିବ?
-ଦୁଇଜଣ ଲୋକ କଥା ହେବା କଣ ଭୁଲ?
-ଘରୋଇ ଚ୍ୟାନେଲ ଟେଲିକାଷ୍ଟ କରିନାହିଁ
-କେବଳ ସୋସିଆଲ ମିଡିଆରେ ଅପଲୋଡ କରିଛି
-ଏହା ଭାଇରାଲ ଭିଡିଓ ବୋଲି ଲେଖାଅଛି
ସେପଟେ ପୋଲିସର କହିବାକଥା ହେଉଛି ଯେଉଁମାନଙ୍କୁ ପକ୍ଷ ରଖିବା ପାଇଁ ଥାନାକୁ ଡକାଯାଇଥିଲା ସେମାନେ ଆସିଲେ ନାହିଁ । ଜଣେ ତୃତୀୟ ପକ୍ଷଙ୍କ ଜରିଆରେ ଦସ୍ତାବିଜ ପଠାଯାଇଥିଲା ।
ତେବେ କଣ ଜାଣିବାକୁ ଚାହୁଁଛି ପୋଲିସ?
-କେବେ ଓ କେମିତି ଭାଇରାଲ ଅଡିଓ ତିଆରି ହେଲା?
-ଘରୋଇ ଚ୍ୟାନେଲକୁ କିଏ ଦେଲା ଏହି ଭାଇରାଲ ଅଡିଓ?
-ଏହି ଅଡିଓ ଭାଇରାଲ କେମିତି ହେଲା?
-କେହି ଏନେଇ ଷଡଯନ୍ତ୍ର କରିଥିଲେ କି?