ଶିଳ୍ପ ସମସ୍ୟାର ସମାଧାନ ପାଇଁ ‘ସିପେଟ୍’ର ଉଦ୍ୟମ । ଉଦ୍ୟୋଗୀଙ୍କ ସୁବିଧା ପାଇଁ ଖୋଲିଲା ‘ଇନୋଭେକ୍ସ’ କେନ୍ଦ୍ର ।

63

କନକ ବ୍ୟୁରୋ: ଟେକ୍ନୋଲୋଜି ଏବଂ ଉଦ୍ୟୋଗୀଙ୍କ ସୁବିଧା ପାଇଁ ‘ସିପେଟ୍’ରେ ଇନୋଭେକ୍ସ କେନ୍ଦ୍ରର ଉଦଘାଟନ ହୋଇଛି । ଭୁବନେଶ୍ୱର ସିପେଟ୍ କ୍ୟାମ୍ପସ ପରିସରରେ ଏହି ଇନୋଭେକ୍ସ କେନ୍ଦ୍ର (ଏସଏଆରପି-ଏଲଏଆରପିଏମ)କୁ କେନ୍ଦ୍ର ରସାୟନିକ ଓ ପେଟ୍ରୋକେମିକାଲ ସଚିବ ଯୋଗେନ୍ଦ୍ର ତ୍ରିପାଠୀ ଉଦଘାଟନ କରିଛନ୍ତି । ଏହି ଅବସରରେ ଯେଗେନ୍ଦ୍ର ତ୍ରିପାଠୀ କହିଛନ୍ତି କି, ସାମଜର ଆବଶ୍ୟକତାକୁ ଧ୍ୟାନ ଦେଇ ସିପେଟ୍ ସର୍ବଦା ସଚେତନ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ।

ଏପରିକି ଷ୍ଟାର୍ଟ-ଅପ୍/ଷ୍ଟାଣ୍ଡ-ଅପ୍ ଉତ୍ସାହିତ କରି ସିପେଟରେ ଥିବା ଟେକ୍ନୋଲୋଜି ଓ ଅତ୍ୟାଧୁନିକ ଲ୍ୟାବକୁ ଅଧିକରୁ ଅଧିକ ବ୍ୟବହାର କରାଯାଉଛି । ମେଣ୍ଟରସିପ୍ ଯୋଗାଇ ‘ଷ୍ଟାର୍ଟ-ଅପ୍/ଷ୍ଟାଣ୍ଡ-ଅପ୍’କୁ ପ୍ରୋତ୍ସାହିତ କରିବାକୁ ସିପେଟ୍ ଲକ୍ଷ୍ୟ ରଖିଛି । ତେବେ ଉଭୟ ଷ୍ଟାର୍ଟ-ଅପ୍ସ/ଷ୍ଟାଣ୍ଡ-ଅପ୍ସ ଏବଂ ଉଦ୍ୟୋଗୀମାନଙ୍କ ବ୍ୟବହାର ପାଇଁ ଏହି ଇନୋଭେକ୍ସ ସେଲ୍ ଖୋଲାଯାଇଛି । ଯାହା ସେମାନଙ୍କ ବ୍ୟବସାୟକୁ ସଠିକ୍ ସମୟରେ ଚଳାଇବାରେ ସହାୟକ ସହ ସୁବିଧା ଯୋଗାଇବ ବୋଲି ଯୋଗେନ୍ଦ୍ର କହିଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଇନୋଭେକ୍ସ ସେଲ୍ ହେଉଛି ଏକ ଶିଳ୍ପ ସମସ୍ୟାର ସମାଧାନ ପାଇଁ ପ୍ଲାଟଫର୍ମ । ଅନୁସନ୍ଧାନ ଏବଂ ପ୍ରୋତ୍ସାହନ ଉଭୟ କ୍ଷେତ୍ରରେ ସହାୟକ ହେବାକୁ ‘ଏସଟିଇଏଫ୍’ର ମୂଳ ଉଦ୍ଦେଶ୍ୟ । ଏହା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ପାଇଁ ଏକ ବ୍ୟବସାୟିକରଣ ତଥା ଉଦ୍ୟୋଗୀ ପଦକ୍ଷେପ ।