ରଥଯାତ୍ରା ବନ୍ଦ କରିବାକୁ ଆବେଦନ ଉପରେ ଶୁଣାଣି କଲେ ହାଇକୋର୍ଟ । କହିଲେ, ସ୍ଥିତି ଦେଖି ନିଷ୍ପତି ନିଅନ୍ତୁ ରାଜ୍ୟ ସରକାର, ପାଳନ ହେଉ କେନ୍ଦ୍ରର ଗାଇଡଲାଇନ । ସେବାୟତ କହିଲେ, ସ୍ନାନଯାତ୍ରା ଭଳି ବିନା ଭକ୍ତରେ କରାଯାଉ ରଥଯାତ୍ରା ।

249

କନକ ବ୍ୟୁରୋ: ବିନା ଭକ୍ତରେ ସ୍ନାନଯାତ୍ରା ସରିବା ପରେ ରଥଯାତ୍ରାକୁ ନେଇ ସମ୍ଭାବନା ବଢୁଛି । ତେବେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମାନି ସେତେବେଳର ସ୍ଥିତିକୁ ଦେଖି ସରକାର ରଥଯାତ୍ରା ନେଇ ଚୂଡାନ୍ତ ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ରଥଯାତ୍ରା ହେଲେ ସାମାଜିକ ଦୂରତା ରହିବ ନାହିଁ , ତେଣୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା । ମଙ୍ଗଳବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ସବୁ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି ।

କରୋନା ପାଇଁ ଏଥର ମନ୍ଦିର ଭିତରେ ହେଲା ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି । ବିନା ଭକ୍ତରେ ସ୍ନାନଯାତ୍ରା ବି ହେଲା । ଏବେ ଆଗକୁ ରଥଯାତ୍ରା । ତେବେ ରଥଯାତ୍ରା ଆୟୋଜନ ନେଇ ଚିନ୍ତାରେ ଅଛି ପ୍ରଶାସନ । ରଥଖଳାରେ କିନ୍ତୁ ଆଗେଇ ଚାଲିଛି ରଥନିର୍ମାଣ କାମ । ହାତରେ ସମୟ କମ୍ ଥିବାରୁ ବିଶ୍ୱକର୍ମା ସେବାୟତ ଲାଗିପଡିଛନ୍ତି ରଥ ତିଆରିରେ ।

ଜୁନ୍ ୨୩ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଭୂତାଣୁ ସଂକ୍ରମଣ ବଢିଚାଲିଥିବାରୁ କଟକଣାଯୋଗୁଁ ରଥଯାତ୍ରା ହେବ କି ନାହଁ ତାହା ଏଯାଏ ସ୍ପଷ୍ଟ ହୋଇନି । ତେବେ ସ୍ନାନଯାତ୍ରା ଭଳି ବିନା ଭକ୍ତରେ ରଥଯାତ୍ରା କରିବାକୁ ଦାବି ହେଉଛି ।