ଘଂଟା ପ୍ରତି ୧୬ କିଲୋମିଟର ବେଗରେ ମାଡି ଆସୁଛି ଫୋନି । ୮ଟାରୁ ୧୨ଟା ସୁଦ୍ଧା ପୁରୀରେ କରିପାରେ ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୨୦୦କିମି ଟପିପାରେ

Advertisment
ଘଂଟା ପ୍ରତି ୧୬ କିଲୋମିଟର ବେଗରେ ମାଡି ଆସୁଛି ଫୋନି । ୮ଟାରୁ ୧୨ଟା ସୁଦ୍ଧା ପୁରୀରେ କରିପାରେ ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୨୦୦କିମି ଟପିପାରେ

କନକ ବ୍ୟୁରୋ: ଭୟଙ୍କର ବେଗରେ ଓଡିଶା ଆଡକୁ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଫୋନି । ଘଂଟାପ୍ରତି ୧୬ କିଲୋମିଟର ବେଗରେ ପୁରୀ ଆଡକୁ ମୁହାଁଉଛି ଫୋନି । ତାଜା ଖବର ଅନୁସାରେ, ସାମୁଦ୍ରିକ ବାତ୍ୟା ଫୋନି ଏବେ ପୁରୀଠାରୁ ମାତ୍ର ୧୧୦ କିଲୋମିଟର ଏବଂ ଗୋପାଳପୁରଠାରୁ ମାତ୍ର ୬୫ କିଲୋମିଟର ଦୂରରେ କେନ୍ଦ୍ରୀଭୁତ ହେଉଛି ଫୋନି । ତେବେ ଗତକାଲିଠାରୁ ଫୋନିର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିସାରିଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ବହୁ ଜୋରରେ ପବନ ମଧ୍ୟ ପ୍ରଭାହିତ ହେଉଛି । ସମୁଦ୍ର ମଧ୍ୟରେ ଏହି ବାତ୍ୟାର ପ୍ରକୋପ ବଢି ଚାଲିଥିବା ବେଳେ ୧୯୦ କିଲୋମିଟର ବେଗରେ ପବନ ବହୁଛି । ତେଣୁ ଏହା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ପାଖାପାଖି ଘଣ୍ଟାପ୍ରତି ପ୍ରାୟ ୨୦୦ କିଲୋମିଟରରୁ ଅଧିକ ରହିପାରେ ।

ତେବେ ଗୋପାଳପୁର ଡୋପଲର ରାଡାର ରେଞ୍ଜରେ ବାତ୍ୟା ଫୋନି । କିଲୋମିଟର କିଲୋମିଟର ଲମ୍ୱା ଗୋଲାକାର ଆଖି ଭିତରେ ଭୟଙ୍କର ବେଗରେ ବୁଲୁଛି ପବନ ଫୋନି । ତଳ ଏବଂ ଉପର ସ୍ତରକୁ ଘାଣ୍ଟି ଦେଉଛି। ଗୋପାଳପୁର ଡପଲର ରାଡାର ଅନୁସାରେ ବାତ୍ୟା ଆଖିର ବ୍ୟାସ ୨୮ କିଲୋମିଟର ରହିଛି। ଏଣୁ ଆଖି ଉପକୂଳରେ ଥାଇ ଏହି ବଳୟ ସ୍ଥଳଭାଗ ଛୁଇଁବା ସମୟରେ ସର୍ବାଧିକ କ୍ଷତି ପହଞ୍ଚାଇପାରେ ଅର୍ଥାତ୍ ବାତ୍ୟାର ଭୀଷଣତମ ପ୍ରକୋପ ଅନୁଭୂତ ହେବ ଏହି ୫୦ କିଲୋମିଟର ଲମ୍ୱା ଗୋଲେଇ ଭିତରେ।

ଭାରତୀୟ ପାଣିପାଗ ଆକଳନ ଅନୁସାରେ, ଫୋନି ପ୍ରଭାବରେ ଗୋପାଳପୁରରେ ସର୍ବାଧିକ ୧୦୫ କିଲୋମିଟର ଘଂଟାପ୍ରତି ବେଗରେ ପବନ ବହିବା ସହିତ ୧୪୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପୁରୀ ସାତପଡାରେ ମଧ୍ୟ ୧୦୦ରୁ ଅଧିକ କିଲୋମିଟର ବେଗରେ ପବନ ପ୍ରଭାହିତ ହେଉଛି । ସେହିଭଳି ପୁରୀରେ ବର୍ତ୍ତମାନ ପ୍ରତି ଘଂଟା ୭୫ କିଲୋମିଟର ବେଗରେ ପବନ ବହୁଛି । ଏବଂ ୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଫୋନି କାରଣରୁ ଭୁବନେଶ୍ୱରରେ ୪୫ ମିଲିମିଟର, ବାଲେଶ୍ୱରରେ ୩୦୦ ମିଲିମିଟର, ପାରଦୀପରେ ୨୫ ମିଲିମିଟର ଏବଂ ଚାନ୍ଦବାଲି ରେ ୩୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଆଜି ସକାଳ ୮ଟାରୁ ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଫୋନିର ପ୍ରଭାବ ୪ତାରିଖ ଯାଏଁ ରହିବ ଏବଂ ଏହା ପ୍ରଭାବରେ ବର୍ଷାର ପରିମାଣ ଆହୁରୀ ବୃଦ୍ଧି ପାଇବ । ବାତ୍ୟା ପ୍ରଭାବରେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି କିଛି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ବାତ୍ୟା ଫନି ସ୍ଥଳଭାଗ ଛୁଇଁବା ବେଳକୁ ପବନ ଓ ବର୍ଷାର ପରିମାଣ ଆହୁରି ବଢିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରିକି ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe