ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଫେଲ୍ ହୋଇଯିବା ଆଶଙ୍କାରେ ଅଧିକାଂଶ ଛାତ୍ର ଭୟଭୀତ ହୋଇଯାଆନ୍ତି । ସିବିଏସଇ ବୋର୍ଡ ପରୀକ୍ଷା ହେଲ୍ପଲାଇନ୍ ଜରିଆରେ ଏହି ଖବର ସାମ୍ମାକୁ ଆସିଛି । ସିବିଏସଇର କାଉନସିଲରଙ୍କ କହିବାନୁସାରେ ଛାତ୍ରୀମାନେ ଏହି ପ୍ରକ୍ରିୟାରେ କମ୍ ଭୟଭୀତ ଥାଆନ୍ତି କାରଣ ସେମାନେ ପାଠପଢା ପ୍ରତି ଅଧିକ ଏକାଗ୍ରତା ଦେଇଥାନ୍ତି ।
ସିବିଏସଇ କାଉନସିଲର ଡ.ସୋନା ଗୁପ୍ତାଙ୍କ କହିବାନୁସାର ତାଙ୍କ ପାଖକୁ ଅଭିଭାବକ,ଛାତ୍ରୀଙ୍କ କଲ୍ ଆସିଛି ସତ କିନ୍ତୁ ଅଧିକ କଲ୍ ତାଙ୍କ ପାଖକୁ ଛାତ୍ରମାନଙ୍କର ଆସିଛି । ତାଙ୍କ ମତରେ ଛାତ୍ରୀମାନେ ପଢାପ୍ରତି ଅଧିକ ଆଗ୍ରହ ଦେଖାଇଥାନ୍ତି । କିନ୍ତୁ ଛାତ୍ରମାନେ ପଢାପ୍ରତି ଖାମଖିଆଲ ଭାବ ରଖିଥାନ୍ତି ତେଣୁ ଏଭଳି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ।
ଡ.ସୋନାଙ୍କ କହିବାନୁସାରେ ଛାତ୍ରୀମାନେ ଯେଉଁଠି ବର୍ଷତମାମ ଅଳ୍ପ ଅଳ୍ପ କରି ପାଠକୁ ସମ୍ପୁର୍ଣ୍ଣ କରନ୍ତି ଛାତ୍ରମାନେ କେବଳ ପରୀକ୍ଷା ପାଖବେଳକୁ ପାସ୍ ହେବା ପାଇଁ ପଢିଥାନ୍ତି । ଯାହାଦ୍ୱାରର ତାଙ୍କ ମନରେ ଫେଲ୍ ହେବାର ଭୟ ଅଧିକ ଦେଖାଯାଏ ।
ତେବେ ସିବିଏସଇ ହେଲ୍ପଲାଇନ୍ ଏବେବି କାର୍ଯ୍ୟ କରୁଛି ଦେଶରେ ପ୍ରାୟ ୯୧ ଟି ସେଣ୍ଟରରେ ଏହାର କାଉନ୍ସିଲର ସେବା ଯୋଗାଇ ଦେଉଛନ୍ତି ।
କଲ୍ କରିବା ନମ୍ବର : ୧୮୦୦୧୧୮୦୦୪
ଇମେଲ୍ : [email protected], [email protected]
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/535379-examinations.jpg)