ପୋଲିସ୍ ବିଭାଗ ଜାରି କଲା ହାବିଲଦାର ଏବଂ ଫାୟାରମ୍ୟାନ ପଦବୀ ପାଇଁ ବିଜ୍ଞପ୍ତି ! ଜାଣନ୍ତୁ କିଭଳି କରିବେ ଆବେଦନ ।

58

ବିହାର ପୋଲିସ୍ ବିଭାଗ ପକ୍ଷରୁ ହାବିଲଦାର ଏବଂ ଫାୟାରମ୍ୟାନଙ୍କ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ୧୧୮୬୫ ତମ ପଦବୀ ଖାଲି ଥିବା ଏହି ଚାକିରୀରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସସୀମା ବିଷୟରେ ପୂର୍ବରୁ ଆଗତ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ ପୂର୍ବରୁ ନିମ୍ନରେ ଦିଆଯାଇଥିବା ସୁଚନା ଉପରେ ଧ୍ୟାନ ଦିଅନ୍ତୁ । ପଦ ସଂଖ୍ୟା : ୧୧୮୬୫
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଯେ କୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କରିବା ଆବଶ୍ୟକ ।
ଆବେଦନର ଅନ୍ତିମ ତାରିଖ : ଅନଲାଇନ୍ ଆବେଦନ କରିବାର ତାରିଖ ୨୮ ମଇ ରୁ ଆରମ୍ଭ କରି ୩୦ ଜୁନ୍ ପର୍ଯ୍ୟନ୍ତ ଚାଲୁ ରହିବ ।
ବୟସସୀମା : ୧୮ ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ ।
ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ଶାରୀରିକ ପରୀକ୍ଷା ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
କିଭଳି କରିବେ ଆବେଦନ : ଇଚ୍ଛୁକ ଆବେଦନକାରୀ www.csbcbponline.com ୱେବସାଇଟରେ ଯାଇ ଆବେଦନ କରିପାରିବେ ।