୩ ମିନିଟ ଭିତରେ ରହିବ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ । ସ୍ୱର,ଲୟ ଓ ତାଳ ନେଇ ଆଲୋଚନା ଚାଲିଥିବା କହିଲେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଲେ, ଆସନ୍ତାବର୍ଷରୁ ପ୍ରଥମ କ୍ଲାସରୁ ପାଠ୍ୟପୁସ୍ତକରେ ରହିବ ରାଜ୍ୟ ସଙ୍ଗୀତ । 

355

କନକ ବ୍ୟୁରୋ: ୩  ମିନିଟ ଭିତରେ ରହିବ ବନ୍ଦେ ଉତ୍କଳ ଜନନୀ ସଂଗୀତ ।  ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି । ସ୍ୱର,ଲୟ ଓ ତାଳ କଣ ହେବ ଏନେଇ ୩ ଦିନ ହେବ ଆଲୋଚନା ଆରମ୍ଭ ହୋଇଛି । ତେବେ ଖୁବ ଶୀଘ୍ର ଏନେଇ ଜଣାଇ ଦିଆଯିବ । ୯ ଟି ରାଜ୍ୟ ସଂଗୀତ ପ୍ରଚଳନ କରିଛନ୍ତି । ତାଙ୍କର ଦଣ୍ଡ ବିଧାନ କଣ ରହିଛି ଅନୁଧ୍ୟାନ କରିବା ପରେ ଦଣ୍ଡ କଣ ହେବ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।

ସେପଟେ ବନ୍ଦେ ଉତ୍କଳ ଜନନୀ ପ୍ରଥମ କ୍ଲାସରୁ ପାଠ୍ୟପୁସ୍ତକରେ ପ୍ରଚଳନ ହେବ ।  ଚଳିତ ବର୍ଷ  ପୁସ୍ତକ ପିଲାଙ୍କୁ ଦିଆ ସରିଛି । ଆସନ୍ତାବର୍ଷ  ସିଲାବସ ରହିବ ।  ସୂଚନା ଓ ଲୋକସମ୍ପର୍କ ବିଭାଗ  ନୋଟିସ ଜାରି କରିବା ପରେ ଚଳିତ ବର୍ଷ ପିଲାଙ୍କୁ କିଭଳି  ଏ ବିଷୟରେ ପଢା ହେବ ସେ ନେଇ ନିଷ୍ପତି ନିଆଯିବ ।  ଦରକାର ପଡିଲେ ସ୍ୱତନ୍ତ୍ର ପୁସ୍ତିକା ଦିଆଯିବ ବୋଲି କହିଛନ୍ତି ଗଶଶିକ୍ଷା ମନ୍ତ୍ରୀ ସମୀର ଦାସ ।