କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୧୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ମାମଲା ୪୮୨୫୬ରେ ପହଞ୍ଚିଛି । ସେହିପରି ଏବେ ବି ୮୯୪୭ଟି ସକ୍ରିୟ ମାମଲା ରହିଛି ।

Advertisment

ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୬୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଯାବତ ଏହି ମହାମାରୀରେ ଆକ୍ରାନ୍ତ ହୋଇ ୨୭୨ଜଣ ଲୋକଙ୍କ ପ୍ରାଣ ଗଲାଣି । ଆଜି ଚିହ୍ନଟ ହୋଇଥିବା ୧୧୧୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୭୭ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୩୯ଜଣ ରହିଛନ୍ତି ।