କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ତେବେ ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫା ମାମଲାକୁ ଚାଲୁ ରହିବ, ବିଶେଷ କରି ଏହା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହି ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପୂର୍ବରୁ ପ୍ରତାପ ଜେନାଙ୍କ ନାଁରେ ଫାଇନାଲ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଗତ ଡିସେମ୍ବର ୯ ତାରିଖରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ମାହାଙ୍ଗା ଡବଲ ମର୍ଡର ମାମଲାର ଏତଲାକାରୀ ରମାକାନ୍ତ ବରାଳଙ୍କ ମୃତ୍ୟୁ ହୋଇଥିଲା । ରମାକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ରଞ୍ଜିତ ପ୍ରୋଟେଷ୍ଟ ପିଟସନ୍ ଦାଖଲ ପାଇଁ ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ଲୋଡିଥିଲେ ।