ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ସସପେନ୍ସ, କାଲି ଦୂର ହୋଇପାରେ ଦ୍ୱନ୍ଦ୍ୱ ।

80

କନକ ବ୍ୟୁରୋ: ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ତିନି ରାଜ୍ୟରେ ଏକାଧିକ ଦାବିଦାର ଥିବାରୁ ଜଣକ ନାଁରେ ସହମତି ଆଣିବାକୁ ଡେରି ହେଉଛି । ସେଇଥିପାଇଁ ୬ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରୁ ନାହିଁ । ସେପଟେ ୩ରାଜ୍ୟରେ ପହଁଚିଥିବା ନଅ ପର୍ଯ୍ୟବେକ୍ଷକ ନିଜ କାମରେ ଲାଗିପଡିଛନ୍ତି । ନବ ନିର୍ବାଚିତ ବିଧାୟକ, ରାଜ୍ୟସ୍ତରୀୟ ଦଳର ବରିଷ୍ଠ ନେତାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଚୟନ ସଂପର୍କରେ ଆଲୋଚନା କରିଛି । ଆଜି ଛତିଶଗଡ ବିଜେପିର ବିଧାୟକ ଦଳ ବୈଠକ ବସିବ ଓ ସେଥିରେ ବିଧାୟକ ଦଳ ନେତା ବଛାଯିବ ବୋଲି ସୂଚନା ମିଳିଛି ।

ସେହିପରି ଆସନ୍ତାକାଲି ହେବାକୁ ଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକ ଦଳ ବୈଠକରେ ଅନ୍ତିମ ନିଷ୍ପତି ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ସୋମବାର ତିନି ରାଜ୍ୟ ପାଇଁ ଆନୁଷ୍ଠାନିକ ଭାବେ ମ୍ରୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ବିଜେପି ଏହି ତିନି ରାଜ୍ୟରୁ ଅନତଃ ଗୋଟିଏ ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଚୟନ କରିବ ବୋଲି କୁହାଯାଉଛି । ଛତିଶଗଡ କିମ୍ବା ରାଜସ୍ଥାନରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ଚୟନ କରିବ ବୋଲି ଚର୍ଚ୍ଚା ହେଉଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହେବାକୁ ଦଳ ଉପରେ ଚାପ ପକାଉଛନ୍ତି । ଏପଟେ ମଧ୍ୟପ୍ରଦେଶର ଶିବରାଜ ସିଂ ନିଜର ଲୋକପ୍ରିୟତା ଜାହିର କରିବାକ ୁବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି ।

ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଘୋଷଣାରେ ଡେରିକୁ ନେଇ ବିଜେପିକୁ ଶାଣିତ କଟାକ୍ଷ କରିଛନ୍ତି ।