କନକ ବ୍ୟୁରୋ: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଲେ ସମ୍ବୋଧିତ । କହିଲେ, ମା’ ମାନଙ୍କ ପସନ୍ଦ ହେଉଛି ବିଜୁ ଜନତା ଦଳ । ଏପରିକି ଓଡ଼ିଶାର ଯୁବ, ଛାତ୍ରମାନଙ୍କ ପ୍ରଥମ ପସନ୍ଦ ମଧ୍ୟ ବିଜେଡି । ଏବେ ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ ତେଣୁ ଉନ୍ନତିକରଣ ବିକାଶକାର୍ଯ୍ୟ ସେମାନଙ୍କ ପାଇଁ ଏକ ଶକ୍ତଧକା ପାଲଟିଛି । ସେଥିପାଇଁ ସେମାନେ ମିଛ ଆଉ ଅପପ୍ରଚାର କରୁଛନ୍ତି । ଏହାକୁ ତୃଣମୂଳସ୍ତରରେ ପ୍ରତିବାଦ କରିବାକୁ ହେବ । ଆଉ ଏଥିରେ ସୋସିଆଲ ମିଡ଼ିଆ ପ୍ରମୂଖ ଅସ୍ତ୍ର ପାଲଟିବ, ଯେଉଁଥିରେ ଆମେ ଅପପ୍ରଚାରକୁ ବିରୋଧ କରିବା ସହ ବିକାଶର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବା । ଓଡ଼ିଶାବାସୀ ଜାଣନ୍ତି ଯେ, ହଜାରେ ମିଛ କେବେ ସତ ହୋଇଯାଏନି । ସତ୍ୟର ଜୟ ଏବଂ ବିକାଶର ଜୟ ନିଶ୍ଚୟ ହେବ ବୋଲି ଦଳୀୟ ନେତାଙ୍କୁ ଉଦବୋଧନ ଦେଇ କହିଛନ୍ତି ନବୀନ ପଟ୍ଟନାୟକ ।