କନକ ବ୍ରୁରୋ: କେରଳ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟ ସଂଖ୍ୟା । ଏବେ ସୁଦ୍ଧା ଶତାଧିକ ସଂଖ୍ୟକ ଲୋକଙ୍କ ଶବ ଉଦ୍ଧାର କରାଯାଇଛି । ସେପଟେ ଉଦ୍ଧାର କାର୍ୟ୍ୟରେ ଏନଡିଆରଏଫ ଓ ସେନା ନିୟୋଜିତ ଅଛନ୍ତି । ଭୋରରୁ ହଠାତ ଭୁସ୍ଖଳନ ଘଟିବା ଫଳରେ ସମ୍ପୂର୍ଣ୍ଣ ଭାବେ ଭାସିଯାଇଛି ୱାୟନାଡ ।

Advertisment

ନିସ୍ତବ୍ଧ ରାତିରେ ସବୁକିଛି ଶୁନଶାନ ଥିଲା, ବାହା ରେ ଲଗାଣବର୍ଷା, ଭିତରେ ନିଦଭରା ଆଖି । କିଏ ଶାନ୍ତିରେ ଶୋଇଥିଲେ ଆଉ କିଏ ଅପେକ୍ଷା କରିଥିଲେ ନୂଆ ସକାଳ ପାଇଁ । ହଠାତ ଏହି ସମୟରେ ମାଡି ଆସେ ମୃତ୍ୟୁ । ପାହାଡ଼ ଉପରୁ ଖସିପଡେ ମୃତ୍ୟୁର ପଥରଖଣ୍ଡ । ହଠାତ ଭୟଙ୍କର ଭୁସ୍ଖଳନରେ ଥରିଉଠେ କେରଳର ୱାୟନାଡ । ବର୍ଷା, କାଦୁଅ, ପଥର ମିଶା ମାଟିରେ ଭାସିଯାଏ ଜିଲ୍ଲାର ଅଧିକାଂଶ ଭାଗ । କେହି ଚିତ୍କାର କରୁଥାଏ ଜୀବନ ରକ୍ଷା ପାଇଁ କିଏ ପରିବାର ଛୁଆ ପିଲାକୁ ବଂଚାଇବାକୁ ଆକୁଳ ନିବେଦନ କରୁଥାଏ । କିନ୍ତୁ କେହି କିଛି ବୁଝିବା ଆଗରୁ ଉଜୁଡିଯାଇଥିଲା ଅନେକଙ୍କ ପରିବାର ।

ଭଙ୍ଗା ଚଟାଣ ତଳେ, କାଦୁଅ ମାଟି ଭିତରେ ଜୀବନ ଫସିରହିଛି ଯାହାକୁ ଉଦ୍ଧାର ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ମୁତୟନ କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ମଝି ରାତିରେ ଘର ଦୋହଲିବାକୁ ଲାଗିଥିଲା, ଘର ଭିତରେ ମୁସଳଧାରାରେ ବର୍ଷା ପାଣି ପସିଥିଲା । ଆଖି ଆଗରେ ଆତ୍ମୀୟଙ୍କୁ ହରାଇ ବାକଶୂନ୍ୟ ହୋଇପଡିଥିଲେ ଶହ ଶହ ୱାୟନାଡ ବାସିନ୍ଦା । ଭୟଙ୍କର ଭୁସ୍ଖଳନ ସାରା ଦେଶକୁ ସ୍ତବ୍ବ କରିଦେଇଛି ।

ପ୍ରକୃତିର କରାଳ ରୂପରେ ଥରହର ହୋଇପଡିଛି ପୂରା ୱାୟନାଡ । ଶହ ଶହ ସଂଖ୍ୟକ ଲୋକ ପ୍ରଭାବିତ ହେବା ସହ ପ୍ରତି ମୁହୁର୍ତରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । କେରଳ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି । ଭୁସ୍ଖଳନ ଘଟଣାରେ ଦୁଖ ପ୍ରକାଶ କରିବା ସହ କେରଳକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ଆଶ୍ବସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ସେନାଙ୍କୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅନ୍ୟପଟେ ବିରୋଧୀଦଳ ନେତା ତଥା ୱାୟନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଦୁଖ ପ୍ରକାଶ କରିଛନ୍ତି ।