କନକ ବ୍ୟୁରୋ: ରାଜଧାନୀରେ ହିଟ ଆଣ୍ଡ ରନ ମାମଲା । ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କଲା ଏୟାରପୋର୍ଟ ଥାନା ପୋଲିସ । ଗିରଫ ଅଭିଯୁକ୍ତର ନାଁ ହେଉଛି ଶୋଭନ ମହାପାତ୍ର । ଏହାସହ ଦୁର୍ଘଟଣା ଘଟାଇଥିବା ଗାଡି OD020949 କାର ଏବଂ ମୃତକଙ୍କ ବାଇକକୁ ଜବତ କରିଛି ପୋଲିସ । ଗତକାଲି ସନ୍ଧ୍ୟାରେ ସିଆଇଏସଏଫର ଏସଆଇ ନିରଞ୍ଜନ ପ୍ରଧାନ ପୋଖରୀପୁଟ ଛକରୁ ବାଇକ ଯୋଗେ ଡ୍ୟୁଟିକୁ ଯାଉଥିଲେ, ଏହି ସମୟରେ ନିଶାଶକ୍ତ ଅବସ୍ଥାରେ ବେପରୁଆ ଭାବେ ଦ୍ରୁତ ଗତିରେ ଗାଡି ଚଳାଇ ଅଭିଯୁକ୍ତ ନିରଞ୍ଜନଙ୍କୁ କାର୍ଗିଲ ଛକ ନିକଟବର୍ତ୍ତୀ ଅଞ୍ଚଳରେ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ନିରଞ୍ଜନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଫେରାର ଥିବା କାର ଡ୍ରାଇଭରକୁ ସ୍ଥାନୀୟ ଲୋକେ ପଳାସପଲି ବ୍ରିଜ ନିକଟରେ କାବୁ କରିଥିଲେ । ପୋଲିସ ସେଠାରୁ ତାଙ୍କୁ ଗିରଫ କରି ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁସାରେ କୋର୍ଟ ଚାଲାଣ କରିଛି । ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us