ନବୀନ ନିବାସରେ ସରିଲା ବୈଠକ, ବାହାରିଲେ ନେତା । ହେବ କି ବଡ଼ ଘୋଷଣା?

Advertisment
ନବୀନ ନିବାସରେ ସରିଲା ବୈଠକ, ବାହାରିଲେ ନେତା । ହେବ କି ବଡ଼ ଘୋଷଣା?

କନକ ବ୍ୟୁରୋ: ଶେଷ ହେଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସରେ ବସିଥିବା ବୈଠକ ସରିବା ପରେ ବାହାରକୁ ବାହାରିଲେ ବିଜେଡି ନେତା । ବୈଠକରେ ସାମିଲ ହୋଇଥିଲେ ଦଳର ବରିଷ୍ଠ ନେତା । ବିଜେଡିର ପାଖାପାଖି ୧୯ ଜଣ ବରିଷ୍ଠ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବିଜେଡି-ବିଜେପି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଗତକାଲି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏକାଠି ବସିବା, ପରସ୍ପରକୁ ପ୍ରଶଂସା କରିବା ପରେ ଆଜି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ମେଣ୍ଟ ଚର୍ଚ୍ଚା ବଢ଼ାଇଥିବା ବେଳେ ବୈଠକରେ କ’ଣ ଆଲୋଚନା ହୋଇଛି ସେନେଇ କୌଣସି ନେତା ମୁହଁ ଖୋଲି ନାହାନ୍ତି ।

ଏପଟେ ଅନୌପଚାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି-ବିଜେପି ବୈଠକ ପରେ ମେଣ୍ଟ ନେଇ ଘୋଷଣା ହୋଇପାରେ । ଏନେଇ ନବୀନ ନିବାସରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକରେ ଉପସ୍ଥିତ ଥିଲେ, ପ୍ରଣବ ପ୍ରକାଶ ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅଶୋକ ପଣ୍ଡା, ମାନସ ମଙ୍ଗରାଜ, ଅରୁଣ ସାହୁ, ପ୍ରତାପ ଦେବ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ସଂଜୟ ଦାସବର୍ମା, ପ୍ରଣବ ବଳବନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ଟୁକୁନି ସାହୁ, ଉଷା ଦେବୀ ।

ଅନ୍ୟପଟେ ଆଉ କିଛି ସମୟ ପରେ ବିଜେପି ନେତାଙ୍କର ମଧ୍ୟ ଦିଲ୍ଲୀରେ ବସିବ ବୈଠକ । ରାଜ୍ୟ ବିଜେପିର କୋର କମିଟି ନେତା । ରାଜ୍ୟ ବିଜେପିର ସଙ୍ଗଠନ ସମ୍ପାଦକଙ୍କ ସହ କୋର କମିଟିର କିଛି ନେତା ଦିଲ୍ଲୀ ଯାଇଛନ୍ତି । ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe