ଭୋଟ୍ ଦେଲେ ଷଷ୍ଠ ପର୍ଯ୍ୟାୟର ସବୁଠୁ ବୟୋଜ୍ୟେଷ୍ଠ ଭୋଟର୍ । ୧୧୧ ବର୍ଷ ବୟସରେ ମତଦାନ ଅଧିକାର ସାବ୍ୟସ୍ତ କଲେ ବଚନ ସିଂହ ।

Advertisment
ଭୋଟ୍ ଦେଲେ ଷଷ୍ଠ ପର୍ଯ୍ୟାୟର ସବୁଠୁ ବୟୋଜ୍ୟେଷ୍ଠ ଭୋଟର୍ । ୧୧୧ ବର୍ଷ ବୟସରେ ମତଦାନ ଅଧିକାର ସାବ୍ୟସ୍ତ କଲେ ବଚନ ସିଂହ ।

କନକ ବ୍ୟୁରୋ : ୧୯ ଯୁଦ୍ଧର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଆଜି ସାରା ଦେଶର ୫୯ଟି ଲୋକସଭା ଆସନରେ ଜାରି ରହିଛି ଭୋଟ୍ ଗ୍ରହଣ । ଆଉ ଏହି ମତଦାନରେ ଅଂଶଗ୍ରହଣ କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ରାଜଧାନୀ ନୂୂଆଦିଲ୍ଲୀର ସବୁଠାରୁ ବୟୋଜ୍ୟେଷ୍ଠ ତଥା ୧୧୧ ବର୍ଷ ବୟସ୍କ ବଚନ ସିଂହ । ୧୧୧ ବର୍ଷ ବୟସରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବାରୁ ବହୁତ ଖୁସି ଅଛନ୍ତି ବଚନ ସିଂହ ।

ପଶ୍ଚିମ ଦିଲ୍ଲୀ ତିଲକ ନଗରର ବାସିନ୍ଦା ବଚନ ସିଂହ ଏ ସଂପର୍କରେ ନିଜର ପ୍ରତିକ୍ରିୟା ଦେବାକୁ ଯାଇ ଗଣମାଧ୍ୟମକୁ କହିଛନ୍ତି, ‘ନିର୍ବାଚନରେ ପ୍ରତିଟି ଭୋଟ ହେଉଛି ବହୁ ମୂଲ୍ୟବାନ । ତେଣୁ ଗୋଟିଏ ବି ଭୋଟ ନଷ୍ଟ ହେବା ଉଚିତ ନୁହେଁ’ । ତେବେ, ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଭୋଟରମାନଙ୍କୁ ମତଦାନ ପାଇଁ ସେମାନଙ୍କ ଘରୁ ମତଦାନ କେନ୍ଦ୍ରକୁ ନେବା ସହ ପୁଣି ସେମାନଙ୍କୁ ମତଦାନ କେନ୍ଦ୍ରରୁ ଆଣି ସେମାନଙ୍କ ଘରେ ଛାଡ଼ିବା ପାଇଁ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe