ରାଜ୍ୟରେ ବନ୍ୟା ସ୍ଥିତି ନେଇ ସରକାରଙ୍କ ପ୍ରାଥମିକ ରିପୋର୍ଟ । ଲଗାଣ ବର୍ଷାରେ ୨୦ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ।

142

କନକ ବ୍ୟୁରୋ:  ଲଗାଣ ବର୍ଷାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି । ଖାଲି ସେତିକି ନୁହେଁ, ୩୬୯୬ଟି ଗାଁ ମଧ୍ୟ ପ୍ରଭାବିତ ହୋଇଛି । ବର୍ଷା ଫଳରେ ରାଜ୍ୟର ୨୦ଲକ୍ଷ ୪୬ ହଜାର ୧୨୨ ଲୋକ ପ୍ରଭାବିତ ହୋଇଛନ୍ତି । ୨୮୭୦ ଘର ନଷ୍ଟ ହୋଇଛି । ପ୍ରଭାବିତ ହୋଇଥିବା ୧୩ ହଜାର ୫୩୪ ଲୋକଙ୍କୁ ଉଦ୍ଧାର କରାଯାଇଛି ।  ଅନୁଗୁଳର ୮ ବ୍ଲକ, ବରଗଡର ୪ ବ୍ଲକ , ବାଲେଶ୍ୱରର ୭ ବ୍ଲକ, ବୌଦ୍ଧର ୩, କଟକର ୯, ଦେବଗଡର ୨, ଢ଼େଙ୍କାନାଳର ୮, ଜଗତସିଂହପୁରର ୮, ଯାଜପୁରର ୧୦,କଳାହାଣ୍ଡିର ୩, କନ୍ଧମାଳର ୬, କେନ୍ଦ୍ରାପଡାର ୫, କେନ୍ଦୁଝରର ୫ , ଖୋର୍ଦ୍ଧାର ୧୦, କୋରାପୁଟର ୫, ନୟାଗଡର ୨ଟି, ନୂଆପଡାର ୩, ପୁରୀର ୬, ସୁବର୍ଣ୍ଣପୁରର ୬ଟି ବ୍ଲକ ପ୍ରଭାବିତ ହୋଇଛି । ଜିଲ୍ଲା ସ୍ତରରୁ ଆସିଥିବା ପ୍ରାଥମିକ ରିପୋର୍ଟ ଅନୁସାରେ ରାଜ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସମ୍ପୂର୍ଣ୍ଣ କ୍ଷତିର ଆକଳନ ପାଇଁ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ ଜାରି ରଖିଛନ୍ତି ।