କନକ ବ୍ୟୁରୋ : ପାକିସ୍ତାନର ବଲୁଚିସ୍ତାନରେ ବିଦ୍ରୋହୀ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗତ ସପ୍ତାହରେ ବଡ଼ଧରଣର ସଂଘର୍ଷ ଘଟିଥିଲା। ଏପରିସ୍ଥିତିରେ ବିଦ୍ରୋହୀଙ୍କ ସହିତ କୌଣସି ପ୍ରକାର କଥାବାର୍ତ୍ତା କରିବାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ମନା କରିଦେଇଛନ୍ତି। ନାଗରିକଙ୍କ ମୃତ୍ୟୁ ପାଇଁ ଦାୟୀ ଆତଙ୍କବାଦୀଙ୍କ ସହିତ କୌଣସି ପ୍ରକାର ଆଲୋଚନା କରାଯିବ ନାହିଁ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ସାଉଦି ଆରବ ସହ ବନ୍ଧୁତା ପାକିସ୍ତାନକୁ ପଡ଼ିଲା ମହଙ୍ଗା, ଶୀଘ୍ର ଋଣ ଟଙ୍କା ଫେରାଇବାକୁ ଦାବି କଲା ୟୁଏଇ, କାଙ୍ଗାଳ ହୋଇଯିବ ପାକିସ୍ତାନ
ଆସିଫ୍ କହିଛନ୍ତି ଯେ, ପାକିସ୍ତାନୀ ସୁରକ୍ଷା ବାହିନୀ ବଲୁଚିସ୍ତାନ ଭୂଭାଗର ବିଶାଳତା ଯୋଗୁଁ ବିଦ୍ରୋହୀଙ୍କ ବିରୋଧରେ କୌଣସି ଫଳପ୍ରଦ କାର୍ୟ୍ୟାନୁଷ୍ଠାନ ନେବାରେ ସକ୍ଷମ ହେଉନାହାନ୍ତି। ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରି ଆସିଫ୍ କହିଛନ୍ତି, ଦେଶର ସବୁଠୁ ବଡ଼ ପ୍ରଦେଶ ଓ ସବୁଠୁ କମ୍ ଲୋକ ରହୁଥିବା ବଲୁଚିସ୍ତାନରେ ସୁରକ୍ଷାକର୍ମୀଙ୍କୁ ଭୌଗୋଳିକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। ପାକିସ୍ତାନର ଭୂଭାଗର ୪୦ ପ୍ରତିଶତ କେବଳ ବଲୁଚିସ୍ତାନକୁ ନେଇ ଗଠିତ। ଏଥିପାଇଁ ବହୁତ ସଂଖ୍ୟକ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ରହିଛି। ବିଦ୍ରୋହୀ ଏକସାଙ୍ଗରେ ୧୨ଟି ସ୍ଥାନରେ ଆକ୍ରମଣ କରିଥିଲେ। ଏତେ ବଡ଼ ଅଞ୍ଚଳକୁ ଜଗିବାରେ ସୁରକ୍ଷାକର୍ମୀ ଅକ୍ଷମ ହେଉଛନ୍ତି ବୋଲି ଆସିଫ୍ କହିଛନ୍ତି। ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସପ୍ତାହନ୍ତ ହିଂସାରେ ୩୩ ନାଗରିକ ଓ ୧୭ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନରେ ୧୭୭ ବିଦ୍ରୋହୀ ନିହତ ହୋଇଛନ୍ତି। ବିଏଲ୍ଏ ବିଦ୍ରୋହୀ ଓ ଅପରାଧୀଙ୍କ ମଧ୍ୟରେ ସମ୍ପର୍କ ରହିଛି। ଅପରାଧୀ ବିଦ୍ରୋହୀଙ୍କ ଆଳରେ କାମ କରୁଥିବା ଆସିଫ୍ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/04bbs_27_04022026_111-2026-02-04-16-53-59.jpg)