ଦୁନିଆର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ନେପାଳ ସରକାରଙ୍କ ଦୁଇ ମାସର ସଫେଇ ଅଭିଯାନ ସମୟରେ ୧୧,୦୦୦ କିଲୋଗ୍ରାମ ଆବର୍ଜନା ଓ ୪ଟି ଶବ ବାହାରିଛି । ସେନାର ହେଲିକପ୍ଟର ଏଭରେଷ୍ଟ ଆଧାର ଶିବିରରୁ ଏହି ଆବର୍ଜନାକୁ କାଠମାଣ୍ଡୁ ଆଣିଲେ । ସେଥିରେ କେବଳ ସିଲିଣ୍ଡର, ପ୍ଲାଷ୍ଟିକ ବୋତଲ, ବ୍ୟାଟେରୀ, ଖାଦ୍ୟ ରଖାଯାଉଥିବା ବକ୍ସ, ମଣିଷ ମଳ ଓ ରୋଷେଇ ସମ୍ବନ୍ଧିତ ଆବର୍ଜନା ସାମିଲ ଥିଲା ।
ବିଶ୍ୱ ପରିବେଶ ଦିବସରେ କାଠମାଣ୍ଡୁରେ ନେପାଳର ସେନା ପ୍ରମୁଖ ଜେନେରାଲ ପୂର୍ଣ୍ଣଚନ୍ଦ୍ର ଥାପାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ କିଛି ଆବର୍ଜନାକୁ ଏନଜିଓ ‘ବ୍ଲୁ ବେଷ୍ଟ ଟୁ ଭେଲ୍ୟୁ’କୁ ହସ୍ତାନ୍ତର କରାଗଲା । ଯାହାକି ପୁନଃଚକ୍ରଣ କରେ ।
ମାଉଣ୍ଟ ଏଭରେଷ୍ଟ ଆବର୍ଜନା କୁଣ୍ଡରେ ପରିଣତ ହୋଇଗଲାଣି । ପ୍ରତିବର୍ଷ ଶହ ଶହ ପର୍ବତାରୋହୀ, ଶେରପା ଏଭରେଷ୍ଟକୁ ଯାଆନ୍ତି । ଏବଂ ନିଜ ପଛରେ ଏହି ଉଚ୍ଚତମ ଶୃଙ୍ଗରେ ଟନ୍ ହିସାବରେ ଜୈବିକ ଓ ଅଜୈବିକ ଆବର୍ଜନା ଛାଡି କି ଆସନ୍ତି ।