ରାଜସ୍ଥାନର ଝଲୱାଇ ଜିଲ୍ଲାରେ ମନ୍ଦିର ପାଇଁ…୧୧ହଜାର ଲିଟର କ୍ଷୀର ଓ ଘିଅ ଢାଳିଲେ ଶ୍ରଦ୍ଧାଳୁ

169

କନକ ବ୍ୟୁରୋ : ମନ୍ଦିର ପ୍ରତିଷ୍ଠା ଦିବସରେ ୧୧ହଜାର ଲିଟର କ୍ଷୀର, ଦହି ଓ ଘିଅ ଢାଳିଲେ ଶ୍ରଦ୍ଧାଳୁ । ରାଜସ୍ତାନ ରତଲାଇ ଅଂଚଳର ଝଲୱାର ଜିଲ୍ଲାରେ ଶନିବାର ଦେବନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଥିଲା । ଏହି ଅବସରରେ ୧୧ହଜାର ଲିଟର କ୍ଷୀର, ଦହି, ଘିଅ ଢାଳିଛନ୍ତି ଶ୍ରଦ୍ଧାଳୁ । ଏହି ୧୧ ହଜାର ଲିଟର ଭିତରେ ୧୫ଶହ ଲିଟର ଦହି ଓ ଏକ କ୍ୱିଂଟାଲ ଦେଶୀ ଘିଅ ଓ ଅବଶିଷ୍ଠାଂଶ କ୍ଷୀର ଥିବା ଜଣାପଡ଼ିଛି ।

ଏସବୁ ଜିନିଷର ଆନୁମାନିକ ମୁଲ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ରାଜସ୍ତାନର ଗୁଜର ସମୁଦାୟ ଓ ଅନ୍ୟ ଲୋକ ମାନେ ଦେବନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏପରି କରିଛନ୍ତି । ଗୁଜର ସମୁଦାୟର ଲୋକମାନେ ୧୧ହଜାର ଲିଟରର କ୍ଷୀର, ଦହି, ଘିଅ ସଂଗ୍ରହ କରି ମନ୍ଦିରରେ ଢାଳିଥିବାର ଦେଖିବାକୁ ମିଳିଛି । ତେବେ ଏହା କୌଣସି ବାଧ୍ୟବାଧ୍ୟକତା ପରମ୍ପରା ହୋଇନଥିବା କହିଛନ୍ତି ମନ୍ଦିର ପ୍ରତିଷ୍ଠା କରୁଥିବା ସଦସ୍ୟ । ପୂର୍ବରୁ ବେଳେ ବେଳେ ଏମିତି କାର୍ଯ୍ୟକ୍ରମ ହୋଇଥିବା ସେ କହିଛନ୍ତି ।