ଅଧାବାଟରେ ବଦଳିଥିଲା ବଗି, ବଞ୍ଚିଗଲା ୧୧୦ ତୀର୍ଥଯାତ୍ରୀଙ୍କ ଜୀବନ

2,124

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥାକୁ ବର୍ତମାନ ସେହିମାନେ ବେଶ ଭଲଭାବେ ଅନୁଭବ କରିପାରୁଥିବେ ଯେଉଁମାନେ ଶୁକ୍ରବାର ଭୟାବହ ରେଳ ଦୁର୍ଘଟଣାରେ ବର୍ତି ଯାଇଛନ୍ତି । । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ବ୍ୟକ୍ତି ଯେତେବେଳେ ଅଙ୍ଗେନିଭା କଥା ବଖାଣୁଛନ୍ତି ସେତେବେଳ କଂଠରୁଦ୍ଧ ହେଇଯାଉଛି । ଶୁକ୍ରବାର ସଂଧ୍ୟାର ଘଟଣା ବୟାନ କରିବା କରିବା ସମୟରେ ଥରି ଯାଉଛି ଏମାନଙ୍କ ଶରୀର, ଆଖିରେ ଆଖିଏ ଲୁହ, ଥରହର ଓଠରେ ବୟାନ କରୁଛନ୍ତି ବାହାନଗାର ଭୟାବହ କାହାଣୀ ।

ଶୁକ୍ରବାର କାଳରାତିରେ ମୃତ୍ୟୁକୁ ଅତି ନିକଟରୁ ଅନେକ ଅନୁଭବ କରିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଆହତ ଥିବାବେଳେ ଆଉ କିଛି ପ୍ରତ୍ୟକ୍ଷଦର୍ଶୀ ବି ରହିଛନ୍ତି । ଟ୍ରେନ ସହ ଟ୍ରେନ ପିଟିବା ହେବା ସମୟରେ ଥରି ଉଠିଥିଲା ବାଲେଶ୍ୱର ବାହାନଗା । ଦୁର୍ଘଟଣା ସମୟରେ ବିକଳ ଶଦ୍ଧ, ଆର୍ତ ଚିକ୍ରାର ଓ ଭୟାବହ ଦୃଶ୍ୟରେ ଫାଟି ପଡିଥିଲା ସ୍ଥାନୀୟ ଅଂଚଳ । ଖବର ମିଳିବା ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଶହା ଶହ ସ୍ଥାନୀୟ ଲୋକ ଶୁଣନ୍ତୁ କଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କର୍ଣ୍ଣାଟକର ଏହି ୧୧୦ଜଣାଯାତ୍ରୀଙ୍କ କଥା । ନିଶ୍ଚିତମୃତ୍ୟୁରୁ ବଂଚିଯାଇଛି ଏମାନଙ୍କ ଜୀବନ । ବେଙ୍ଗାଲୁର ଚିକମଙ୍ଗଲରୁର ୟଶୱନ୍ତପୁର ହାୱାଡା ଏକ୍ସପ୍ରେସରେ ଏହି ୧୧୦ଜଣ ତୀର୍ଥ ଯାତ୍ରା ପାଇଁ ବାହାରିଥିଲେ । ଯାତ୍ରୀମାନେ ଟ୍ରେନର ପ୍ରଥମ ୩ଟି ବଗୀରେ ବସିଥିଲୋ ଅଧାରାସ୍ତାରେ ଇଂଜିନ ବଦଳାଇବା ସମୟରେ ଏମାନେ ଶେଷ ବଗିକୁ ଚାଲି ଆସିଥିଲେ  । ଯାତ୍ରୀ କହିଛନ୍ତି ଯଦି ଆଗ ବଗିରେ ଏମାନେ ଥାନ୍ତେ ହୁଏତ ଆଜି ବଂଚିନଥାନ୍ତେ