ଧରାପଡ଼ିଲେ ୧୧ ଦୁର୍ଦ୍ଦାନ୍ତ ଅପରାଧୀ । ୧୮ ଲକ୍ଷ ଟଙ୍କା ସହ ବିପୁଳ ମାରଣାସ୍ତ୍ର ଓ ସୁନାରୁପା ଜବତ ।

ପୁରୀ ପୁଲିସକୁ ବଡ଼ ସଫଳତା

323

କନକ ବ୍ୟୁରୋ: ପୁରୀ ପୁଲିସକୁ ବଡ଼ ସଫଳତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧରେ ସମ୍ପୃକ୍ତ ଥିବା ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍ । ପୋଲିସ୍ ସେମାନଙ୍କ ଠାରୁ ୧୮ ଲକ୍ଷ ୧୬ ହଜାର ଟଙ୍କା ସହ ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୁପା ଜବତ କରିଛି । ଏହାସହ ୧୬ଟି ଖଣ୍ଡା, ୨ଟି ବନ୍ଧୁକ, ଗୋଟିଏ କାର ଓ ୨ଟି ବାଇକ ଜବତ କରିଛି । ୭ଟି ବୋମା ମଧ୍ୟ ଜବତ ହୋଇଛି ।

ଗତ ୭ ତାରିଖରେ ପିପିଲି ଅଞ୍ଚଳରେ ଜଣଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରି କରିନେଇଥିଲେ ଦୁର୍ବୃତ । ସମାନ ଢଙ୍ଗରେ ଏହି ଅପରାଧୀମାନେ କୋଣାର୍କ ଓ ଅସ୍ତରଙ୍ଗରେ ମଧ୍ୟ ଲୁଟ କରିଥିଲେ । ପୋଲିସର ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଏମାନଙ୍କ ଠାରୁ ସୁନା କିଣିଥିବା ଦୁଇ ଦୋକାନୀଙ୍କୁ ଗିରଫ କରିଛି ପୁଲିସ୍ ।