ଟ୍ରେନରେ ୧୧ ପ୍ରକାରର ହର୍ଣ୍ଣ ବଜାଯାଇଥାଏ ! ଜାଣନ୍ତି କି ଏହାର ଅର୍ଥ କଣ ?

49

ଆପଣ ନିଶ୍ଚୟ କୌଣସି ଦୂର ସ୍ଥାନକୁ ଟ୍ରେନରେ ଗଲାବେଳେ କି ରାସ୍ତାରେ ଲେବଲ କର୍ସିଂ ପାର୍ ହେବା ସମୟରେ ଟ୍ରେନର ହର୍ଣ୍ଣ ଶଦ୍ଦକୁ ଶୁଣିଥିବେ । କିନ୍ତୁ ଆପଣଙ୍କୁ ଜଣା କି ଟ୍ରେନର ହର୍ଣ୍ଣ କେବଳ ପ୍ରସ୍ଥାନ ବା ଆଗମନ ପାଇଁ ବଜାଯାଇନଥାଏ , ଏହାର ଆହୁରି ବି ଅର୍ଥ ଅଛି । ଯେଉଁଥି ପାଇଁ ଏହି ହର୍ଣ୍ଣର ବ୍ୟବହାର ହୋଇଥାଏ । ଆସନ୍ତୁ ତାହେଲେ ଜାଣିବା ଭାରତୀୟ ରେଲୱେର ୧୧ଟି ହର୍ଣ୍ଣ ବିଷୟରେ –

୧ – ଏକ ଛୋଟ ହର୍ଣ୍ଣ ବାଜିବା – ଏହାର ଅର୍ଥ ଏହି ଯେ, ଟ୍ରେନ୍ ୟାର୍ଡରେ ପରିଷ୍କାର ପାଇଁ ଯିବାକୁ ପ୍ରସ୍ତୁତ । ଏହା ପରେ ସେ ଆଗାମୀ ଯାତ୍ରା ପାଇଁ ପ୍ରସ୍ଥାନ କରିବ । ଏତିକି ବେଳେ ଏହି ଛୋଟ ହର୍ଣ୍ଣ ବାଜିଥାଏ ।

୨ – ଦୁଇଟି ଛୋଟ ହର୍ଣ୍ଣ ବାଜିବା – ଟ୍ରେନରେ ଦୁଇଟି ଛୋଟ ହର୍ଣ୍ଣ ବାଜିବାର ଅର୍ଥ ଟ୍ରେନ ଯାତ୍ରା ପାଇଁ ପ୍ରସ୍ତୁତ । ମୋଟରମ୍ୟାନ୍ ଏହା ଜରିଆରେ ଯାତ୍ରା ଆରମ୍ବ କରିବାକୁ ରେଳ ସିଗନାଲ ଦେବାକୁ ଗାର୍ଡକୁ ସଂକେତ ଦେଇଥାନ୍ତି ।

୩- ତିନୋଟି ଛୋଟ ହର୍ଣ୍ଣ – ଏହି ସମୟରେ ମୋଟରମ୍ୟାନ ବହୁତ କମ୍ ତିନୋଟି ଛୋଟ ହର୍ଣ୍ଣ ବଜାଇଥାଏ । ଏହାର ଅର୍ଥ ମୋଟରମ୍ୟାନଙ୍କର ମୋଟରରୁ କଂଟ୍ରୋଲ୍ ସରିଗଲା ଏବଂ ଗାର୍ଡ ଭାକ୍ୟୁମ୍ ବ୍ରେକକୁ ଟାଣନ୍ତୁ ।

୪ – ଚାରୋଟି ଛୋଟ ହର୍ଣ୍ଣ – ଏହି ଚାରୋଟି ଛୋଟ ହର୍ଣ୍ଣ ବାଜିବାର ଅର୍ଥ ଏୟା ଯେ ଟ୍ରେନର ଟେକଟିନରେ କୌଣସି ତ୍ରୁଟି ରହିଛି । ଏବଂ ଟ୍ରେନ ଆଗକୁ ଯାଇପାରିବ ନାହିଁ ।

୫ – ଏକ ଲମ୍ବା ଓ ଏକ ଛୋଟ ହର୍ଣ୍ଣ ବାଜିବା – ଏହାର ଅର୍ଥ ମୋଟରମ୍ୟାନ୍ ଇଂଜିନକୁ ଆରମ୍ଭ କରିବା ପୂର୍ବରୁ ଗାର୍ଡଙ୍କୁ ବ୍ରେକ୍ ପାଇପ୍ ସିଷ୍ଟମ ସେଟ୍ କରିବାକୁ ସିଗନାଲ୍ ଦେଉଛି ।

୬- ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ଣ୍ଣ –ଏହାର ଅର୍ଥ ମୋଟରମ୍ୟାନ୍ ଗାଡଙ୍କୁ ଇଂଜିନର କଂଟ୍ରୋଲ ନେବା ପାଇଁ ସଂକେତ ଦେଉଛନ୍ତି ।

୭ – ଲଗାତାର ହର୍ଣ୍ଣ ବାଜିବା –ଯେବେ ବି କୌଣସି ଇଂଜିନ୍ ଲଗାତାର ହର୍ଣ୍ଣ ବଜାଉଛି ଏହାର ଅତ୭ ଟ୍ରେନ୍ ଷ୍ଟେସନରେ ରହିବ ନାହିଁ । ଏହା ଯାତ୍ରୀମାନଙ୍କୁ ନେଇ ଯାଉଛିି । ଷ୍ଟେସନରେ ରହିବ ନାହିଁ ।

୮ – ଦୁଇଥର ରହି ରହି ହର୍ଣ୍ଣ ବାଜିବା –ଏହି ହର୍ଣ୍ଣ ରେଲୱେ କ୍ରସିଂ ପାଖରେ ବଜାଯାଇଥାଏ । କାହିଁକି ନା ସେଠାରେ ଠିଆ ହୋଇଥିିବା ଲୋକଙ୍କୁ ସଂକେତ ମିଳିବ । ଏବଂ ସେମାନେ ରେଲୱେ ଧାରଣା ଠାରୁ ଦୂରେଇ ରହିବେ ।

୯- ଦୁଇ ଥର ଲମ୍ବା ଓ ଏକ ଛୋଟ ହର୍ଣ୍ଣ – ଏହାର ଅର୍ଥ ଟ୍ରେନ ଟ୍ରାକ୍ ବଦଳାଉଛି ।

୧୦- ଦୁଇଟି ଛୋଟ ଓ ଏକ ଲମ୍ବା ହର୍ଣ୍ଣ ବାଜିବା – ଦୁଇଟି ଛୋଟ ଓ ଏକ ଲମ୍ବା ହର୍ଣ୍ଣ ବାଜିବାର ଅର୍ଥ କୌଣସି ଯାତ୍ରୀ ଟ୍ରେନର ଚେନ୍ ଟାଣିଛନ୍ତି ବା ଗାର୍ଡ ଭାକ୍ୟୁମ୍ ବ୍ରେମ ଟାଣିଛନ୍ତି ।

୧୧- ଛଅ ଥର ଛୋଟ ହର୍ଣ୍ଣ ବାଜିବା – ଏହାର ଅର୍ଥ ଟ୍ରେନ କୌଣସି ଅସୁବିଧାରେ ଫସି ଯାଇଛି । ଏଣୁ ଏଥିପାଇଁ ଏହି ହର୍ଣ୍ଣ ମାଧ୍ୟମରେ ସଂପୃକ୍ତ କର୍ମଚାରୀଙ୍କୁ ଜଣାଇଦିଆଯାଏ ।
(ସୌଜନ୍ୟ- ନବଭାରତ ଟାଇମ୍ସ)