ଉତ୍ତରାଖଣ୍ଡରେ ଅଘଟଣ: ୧୧ ଟ୍ରେକରଙ୍କ ମୃତ୍ୟୁ, ରେସ୍କ୍ୟୁ ଅପରେସନ୍ ଜାରି

Advertisment
ଉତ୍ତରାଖଣ୍ଡରେ ଅଘଟଣ: ୧୧ ଟ୍ରେକରଙ୍କ ମୃତ୍ୟୁ, ରେସ୍କ୍ୟୁ ଅପରେସନ୍ ଜାରି

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଲାମଖାଗା ଗିରିପଥରେ ପ୍ରବଳ ତୁଷାରପାତ ଓ ଖରାପ ପାଗ ଯୋଗୁଁ ଗତ ୧୮ ତାରିଖରୁ ବାଟବଣା ହୋଇଥିବା ୧୭ ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୧୧ଜଣଙ୍କ ମୃତ୍ୟୁ ହୋଇଛି । ହିମାଚଳ କିନ୍ନଉର ଜିଲ୍ଲାକୁ ଉତ୍ତରାଖଣ୍ଡର ହରସିଲ ସହ ସଂଯୋଗ କରୁଥିବା ଲାମଖାଗା ଗିରିପଥକୁ ଯାଇଥିବା ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କ ମୃତଦେହ ମିଳିଥିବା ଅନ୍ୟ ୪ଜଣ ଏବେବି ନିଖୋଜ ଅଛନ୍ତି ।ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନର ଅନୁରୋଧ କ୍ରମେ ଭାରତୀୟ ବାୟୁସେନାର ୨ଟି ଅତ୍ୟାଧୁନିକ ହେଲିକପ୍ଟରକୁ ନିୟୋଜିତ କରାଯାଇଛି ।

୨୦ ତାରିଖରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏହି ହେଲିକପ୍ଟର ସହାୟତାରେ ଏନଡିଆରଏଫ୍ ର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମ ଦିନ ସମୁଦ୍ର ପତନ ଠାରୁ ୧୯, ୫୦୦ ଫୁଟ ଉଚ୍ଚରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ତା ପରଦିନ ୧୫୦୦ ଫୁଟ ଉଚ୍ଚରୁ ଖୋଜିବା ପରେ ୪ଜଣଙ୍କ ମୃତଦେହ ମିଳିଥିଲା । ଏହାସହ ଆସାମର ଡୋଗ୍ରା ସ୍କାଉଟ ଓ ଆଇଟିବିପିର ମିଳିତ ପ୍ୟାଟ୍ରୋଲିଙ୍ଗରେ ଅନ୍ୟ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହଗୁଡିକୁ ସ୍ାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିବାବେଳେ ଆହତ ଦୁଇ ପର୍ବତାରୋହୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe