ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡ଼ିଆ ଶ୍ରମିକ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ।

Advertisment
ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡ଼ିଆ ଶ୍ରମିକ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ।

କନକ ବ୍ୟୁରୋ: ଶ୍ରମିକ କରୁଛନ୍ତି ଗୁହାରୀ । ଶ୍ରୀଲଙ୍କାରେ ଫସିଛନ୍ତି ୧୧ ଓଡିଆ । ଏକ ଭିଡିଓ କରି କିଭଳି ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି , ସେ ବିଷୟରେ ଏହି ଓଡିଆ କହିଛନ୍ତି । ଫସିଥିବା ଲୋକେ ବାଣପୁର ଓ ବାଲୁଗାଁ ଅଂଚଳର ବୋଲି ଜଣାପଡିଛି । ଶ୍ରୀଲଙ୍କାରେ ସେମାନଙ୍କୁ ୧୫ ଘଂଟାରୁ ଅଧିକ ସମୟ ଖଟିବାକୁ ବାଧ୍ୟ କରାଯାଉଛି ଓ ଭାତ ଡାଲି ଖାଇବାକୁ ଦିଆଯାଉଛି ବୋଲି ଏହି ଭିଡିଓରେ ଶ୍ରମିକମାନେ କହିଛନ୍ତି । ଓଡିଶାର ଜଣେ ଦଲାଲ ଏହି ଲୋକଙ୍କୁ ନେଇ ସେଠାରେ ଜଣେ ଠିକାଦାରଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

ସେପଟେ ଅଭିଯୋଗ ଯଦି ସତ ହୁଏ ତେବେ ଶ୍ରୀଲଙ୍ଗାରେ ଫସି ଫସିଥିବା ୧୧ ଓଡ଼ିଆ ଶ୍ରମିକଙ୍କୁ କେମିତି ଉଦ୍ଧାର କରାଯିବ ଏବଂ କେତେ ଶୀଘ୍ର ଉଦ୍ଧାର କରାଯିବ ତାହା ହିଁ ବଡ଼ ପ୍ରଶ୍ନବାଚୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe