କନକ ବ୍ୟୁରୋ: ଆମେରିକାର ମିସେରୀ ସ୍ଥିତ ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକାବେଳକେ ଗର୍ଭବତୀ ହୋଇଛନ୍ତି ହସ୍ପିଟାଲର ୧୧ଜଣ ନର୍ସ । ଏମାନେ ସମସ୍ତେ ୨୦୨୧ ଜୁଲାଇରୁ ନଭେମ୍ବର ମଧ୍ୟରେ ଗର୍ଭବତୀ ହୋଇଥିବା ଜଣାପଡିଛି । ପୁଣି ସମସ୍ତ ନର୍ସ ଲେବର ଆଣ୍ଡ୍ ଡେଲିଭରି ଡିପାର୍ଟମେଣ୍ଟର କର୍ମଚାରୀ ବୋଲି ଜଣାପଡିଛି ।

Advertisment

ଏବେ ଏହି ନର୍ସ ମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକାଥରରେ ଏତେ ଜଣ ନର୍ସ ଗର୍ଭବତୀ ହେବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏହା କିପରି ସମ୍ଭବ ହେଲା ଏବେ ଏହାକୁ ନେଇ ଚର୍ଚ୍ଚା । ହସ୍ପିଟାଲର ଗାଇନିଙ୍ଗ ଡିପାର୍ଟମେଣ୍ଟ ନିର୍ଦ୍ଦେଶକଙ୍କ କହିବା ମୁତାବକ, ଏମାନେ ସମସ୍ତେ ଏକାସାଥିରେ କାମ କରନ୍ତି । ଏକାସାଥୀରେ ଏତେଜଣ ନର୍ସ ଗର୍ଭବତୀ ହେବା ଘଟଣାରେ ସେମାନେ ସମସ୍ତେ ଖୁସି ଅଛନ୍ତି । କେବଳ ସେମାନେ ନୁହଁନ୍ତି ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି ଘଟଣାରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ନର୍ସମାନଙ୍କ ମଧ୍ୟରୁ କେହି କେହି ଏପରି କହିଛନ୍ତି ଯେ, ଭାଗ୍ୟ ସେମାନଙ୍କ ସହ ଏପରି କରିଛି ଏହାର ଅର୍ଥ ପୂର୍ବଜନ୍ମରୁ ସେମାନଙ୍କର କିଛି ସଂଯୋଗ ରହିଛି । ଏକାସାଥୀରେ କାମ କରିବା । ସମସ୍ତେ ସମସ୍ତଙ୍କର ସାଥ୍ ଦେବା ଓ ଏଭଳି ଭାବେ ଏକାସାଥୀରେ ଗର୍ଭବତୀ ହେବାକୁ ନେଇ ଏହି ୧୧ଜଣ ନର୍ସ ନିଜକୁ ଭାଗ୍ୟବାନ ମନେ କରିବା ସହ ବେଶ୍ ଖୁସି ଥିବା କହିଛନ୍ତି ।