ସୁନ୍ଦରଗଡ଼କୁ ଘାରିଛି ସ୍କ୍ରବ୍ ଟାଇଫସ୍ ଭୟ । ଜିଲ୍ଲାରେ ଆଉ ୧୧ ପଜିଟିଭ୍ ଚିହ୍ନଟ, ୧୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କନକ ବ୍ୟୁରୋ : ସୁନ୍ଦରଗଡ଼କୁ ଟେନସନ ସ୍କ୍ରବ୍ ଟାଇଫସ୍ । ଜିଲ୍ଲାରେ ଆଉ ୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୧୧ଟି ନମୁନା ପଜିଟିଭ୍ ଆସିଛି । ଏହା ସହ ଜିଲ୍ଲା ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୦ରେ ପହଂଚିଛି । ଏହାରି ଭିତରେ ଜଣେ ରୋଗୀଙ୍କ ଜୀବନ ନେଇଛି ଏହି ସ୍କ୍ରବ୍ ଟାଇଫସ୍ । ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ କହିଛନ୍ତି ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି । ଏହା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି ।