ନଦୀ ମଝିରେ ୧୧ କେଭିର ବିଦ୍ୟୁତ୍ ଝଟକା : ବିଦ୍ୟୁତ୍ ଆଘାତ ଯୋଗୁଁ ଡଙ୍ଗାରୁ ନଦୀକୁ ପଡିଗଲା ପୁଅ; ନିଖୋଜ ମନୋରଞ୍ଜନଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

282

କନକ ବ୍ୟୁରୋ : ନଦୀ ମଝିରେ ୧୧ କେଭିର ବିଦ୍ୟୁତ୍ ଝଟକା । ବିଦ୍ୟୁତ୍ ଆଘାତରେ ନଦୀକୁ ପଡି ପୁଅ ନିଖୋଜ ହୋଇଯାଇଛି । ପୁରୀ କଣାସ ଅଞ୍ଚଳର ମକରା ନଦୀକୁ ବାପା, ପୁଅ ମାଛ ଧରିବାକୁ ଯାଇଥିଲେ । ନଦୀ ମଝିରେ ବିଦ୍ୟୁତ୍ ତାର ତଳକୁ ରହିଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏଭଳି ଅଘଟଣ ଘଟିଛି । ଖବର ପାଇଁ ଅଗ୍ନିଶମ ବାହିନୀ ନିଖୋଜ ମନୋରଞ୍ଜନ ବେହେରାଙ୍କୁ ଖୋଜାଖୋଜି ଆରମ୍ଭ କରିଛି ।

ବାପା, ପୁଅ ଆଜି ସକାକୁ ଚିଲିକା ମାଛ ଧରିବାକୁ ଯାଉଥିବା ବେଳେ ମକରା ନଦୀରେ ଏଭଳି ଅଘଟଣ ଘଟିଛି । ନଦୀ କୂଳରେ କାନ୍ଦ ବୋବାଳିରେ ଫାଟି ପଡୁଛି । ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ଖୁବଶୀଘ୍ର ବିଦ୍ୟୁତ୍ ତାରକୁ ଉପରକୁ ଉଠାଇବାକୁ ଦାବି ହୋଇଛି ।