୧୦ ନୁହେଁ ଏବେ ୧୧ ଅଙ୍କ ବିଶିଷ୍ଟ ହେବାକୁ ଯାଉଛି ମୋବାଇଲ୍ ନମ୍ବର ! ‘ ଏକକ ନମ୍ବର ଯୋଜନା ବିକାଶ’ ମାଧ୍ୟମରେ ଲୋକଙ୍କ ଠାରୁ ମତାମତ ଲୋଡୁଛି ଟ୍ରାଇ

୧୦ ନୁହେଁ ଏବେ ୧୧ ଅଙ୍କ ବିଶିଷ୍ଟ ହେବାକୁ ଯାଉଛି ମୋବାଇଲ୍ ନମ୍ବର ! ‘ ଏକକ ନମ୍ବର ଯୋଜନା ବିକାଶ’ ମାଧ୍ୟମରେ ଲୋକଙ୍କ ଠାରୁ ମତାମତ ଲୋଡୁଛି ଟ୍ରାଇ

ଦେଶରେ ଏବେ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଟ ରହିଛି। ଆଗାମୀ ଦିନରେ ଦେଶରେ ମୋବାଇଲ ଟେଲିଫୋନ୍ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ମୋବାଇଲ ନମ୍ବରକୁ ୧୧ ଅଙ୍କ ବିଶିଷ୍ଟ କରିବା ଲାଗି ଯୋଜନା କରୁଛି। ତେବେ ଏଥିପାଇଁ ଟ୍ରାଇ ଲୋକଙ୍କ ମତାମତ ଲୋଡ଼ିଛି। ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୨୭ ସୁଦ୍ଧା ଭାରତ ବିଶ୍ବର ଜନବହୁଳ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିବ। ଲୋକସଂଖ୍ୟାରେ ଚୀନକୁ ଭାରତ ଅତିକ୍ରମ କରିଯିବ। ୨୦୫୦ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ୧୬୪ କୋଟିରେ ପହଞ୍ଚିଯିବ।

publive-image

୨୦୫୦ ମସିହା ସୁଦ୍ଧା ଦେଶରେ ଯଦି ୨୦୦ ପ୍ରତିଶତ ମୋବାଇଲ ଟେଲିଫୋନ ସାନ୍ଦ୍ରତା ରହିବ ବୋଲି ଧରାଯାଏ ତାହେଲେ ଦେଶରେ ମୋବାଇଲ ଟେଲିଫୋନ ସଂଖ୍ୟା ପାଖାପାଖି ୩୨୮ କୋଟିକୁ ବୃଦ୍ଧି ପାଇବ। ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରେ ଏତେ ସଂଯୋଗ ଦେବା ସମ୍ଭବ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ଟ୍ରାଇ ପକ୍ଷରୁ ଫିକ୍ସଡଲାଇନ ଏବଂ ମୋବାଇଲ ସେବା ପାଇଁ ‘ ଏକକ ନମ୍ବର ଯୋଜନା ବିକାଶ’ ଶୀର୍ଷକରେ ଏକ ପରାମର୍ଶ ପେପର୍ ଜାରି ହୋଇଛି। ଏଥିରେ ମୋବାଇଲ ନମ୍ବରକୁ ୧୧ ଅଙ୍କ ବିଶିଷ୍ଟ କରିବା ସହିତ ଅନ୍ୟାନ୍ୟ ବିକଳ୍ପ ସମ୍ପର୍କରେ ମତାମତ ଲୋଡ଼ାଯାଇଛି। ବର୍ତ୍ତମାନ ପ୍ରଚଳିତ ୧୦ ଅଙ୍କ ବିଶିଷ୍ଟ ନମ୍ବରରେ ୨୧୦ କୋଟି ମୋବାଇଲ ନମ୍ବର ପ୍ରଦାନ କରାଯାଇପାରିବ। ଅକ୍ଟୋବର ୨୧ ସୁଦ୍ଧା ଜନସାଧାରଣ ସେମାନଙ୍କ ମତାମତ ଦେଇପାରିବେ ବୋଲି ଟ୍ରାଇ ସମୟସୀମା ଧାର୍ୟ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe