ଉତ୍ତର ପ୍ରଦେଶରେ  କୂଅ ଦୁର୍ଘଟଣାରେ ୧୧କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

256

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ବିଦିଶା ଜିଲ୍ଲାରେ ଘଟିଥିବା କୂଅ ଦୁର୍ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ବର୍ତମାନ ସୁଦ୍ଧା ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ରାତିରେ କୂଅ ଖସିପଡିଥିବା ଏକ ୪ବର୍ଷୀୟ ଝିଅକୁ ଉଦ୍ଧାର କରିବାକୁ ଯାଇ ୨୫ରୁ ଅଧିକ ଲୋକେ କୂଅରେ ଖସିପଡିଥିଲେ ।

ବିଦିଶା ଜିଲ୍ଲା, ଗଞ୍ଜ ବଶୋଦାର କୂଅ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାମ ଶେଷ ହେବା ପରେ ଘଟଣାରେ ୧୧ଜଣଙ୍କ ମୃତ ଦେହ କୂଅ ଭିତରୁ ବାହାର କରାଯାଇଛି । ଗୁରୁବାର ରାତିରେ ଏକ ୪ ବର୍ଷୀୟ ଝିଅ କୂଅରେ ପଡିଯିବା ପରେ ତାକୁ ଉଦ୍ଧାର କରିବା ପାଇଁ ଆଖପାଖ ଅଂଚଳର ଅନେକ ଲୋକ କୂଅ ପାଖରେ ରୁଣ୍ଡ ହୋଇଥିଲେ । କୂଅର ମାଟି ଧସି ପଡ଼ିବାରୁ ୩୦ଜଣ ଲୋକ କୂଅ ଭିତରକୁ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫର ଟିମ ପହଁଚି ଆରମ୍ଭ କରିଥିଲା ଉଦ୍ଧାର କାମ । ଆଉ ଶୁକ୍ରବାର ମଧ୍ୟ ରାତ୍ରିରେ ଉଦ୍ଧାର କାମ ଶେଷ ହୋଇଥିଲା । ଯେଉଁଥିରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୧୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଃଖ ପ୍ରକାଶ କରିଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୫୦ହଜାର ଟଙ୍କାର ସହୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ ।  ମଧ୍ୟପ୍ରଦେଶର ଏହି ମୃତ୍ୟୁର କୁଅ ୧୧ଜଣଙ୍କର ଜୀବନ ନେଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ଖେଳି ଯାଇଛି ।