କନକ ବ୍ୟୁରୋ : ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ । ମାଲକାନଗିରି ଝରାପାଲି ପଂଚାୟତ ତେଲିମେଟା ଗାଁରେ ଅଘଟଣ । ଗାଁରେ ଖେଳୁଥିବା ସମୟରେ ଅଜଣା ଫଳ ଖାଇଥିଲେ ପିଲାମାନେ । ଏହାପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୧୧ ଜଣ ଶିଶୁଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

Advertisment

ଆକ୍ରାନ୍ତଙ୍କ ଭିତରେ ୪ ପୁଅ ଓ ୭ ଝିଅ ରହିଛନ୍ତି । ସମସ୍ତଙ୍କ ବୟସ ୫ରୁ ୬ ବର୍ଷ ଭିତରେ ଜଣାପଡିଛି । ତେବେ ୧୧ଜଣଙ୍କ ମଧ୍ୟରୁ ୨ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ପିଲାମାନେ ଜଡା ଫଳ ଖାଇଥିବା ଗ୍ରାମବାସୀ ଅନୁମାନ କରିଛନ୍ତି ।