କନକ ବ୍ୟୁରୋ: ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ବିଶାଖାପାଟଣାରୁ ଓଡିଶା ଉପକୂଳକୁ ଫେରୁଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଛି । ସମସ୍ତଙ୍କୁ ସମୁଦ୍ର ମଝିରୁ ଏୟାରଲିଫ୍ଟ କରାଯାଇଛି । ଫେରିବା ବେଳେ ବୋଟ ଖରାପ ହେବା ଯୋଗୁ ଗଞ୍ଜାମ ଚିକିଟି ଅଞ୍ଚଳର ୧୧ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଫସିରହିଥିଲେ ।
ଏନେଇ ଜିଲ୍ଲା ପ୍ରଶାସନକୁ ସେମାନେ ସୂଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଏସଆରସିଙ୍କୁ ଏନେଇ ସୂଚନା ଦେବା ପରେ ପାରାଦୀପରେ ଥିବା କୋଷ୍ଟଗାର୍ଡ ସମସ୍ତଙ୍କୁ ଉଦ୍ଧାର ପାଇଁ ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ କରିଥିଲା । ଜଣଙ୍କ ପରେ ଜଣେ ସମସ୍ତଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଥିଲେ ।
ମାଛଧରା ଡଙ୍ଗାରେ ଏସମସ୍ତେ ଫସି ରହିଥିଲେ । ବାତ୍ୟା ଅସାନିର ପ୍ରଭାବ ଯୋଗୁ ସମୁ୍ଦରେ ପ୍ରବଳ ଢେଉଥିବା ବେଳେ ସେମାନେ ଡଙ୍ଗା ଖରାପ ଯୋଗୁ ଏହାକୁ କାଟି ଫେରିପାରୁନଥିଲେ । ପରେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ ବର୍ତ୍ତମାନ ସମସ୍ତେ ଉଦ୍ଧାର ହୋଇଛନ୍ତି ।