ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୧୧,୮୮୧ ଜଣ । ମୋଟ ସୁସ୍ଥକଙ୍କ ସଂଖ୍ୟା ୬,୭୦,୫୨୭ କୁ ବୃଦ୍ଧି

150

କନକ ବୁରୋ : ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁ୍ଥିବା ବେଳେ କରୋନା ସଂକ୍ରମଣରୁ ଦୈନିକ ୧୦ ହଜାରରୁ ଉର୍ଦ୍ଧ ଲୋକ ସୁସ୍ଥ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧.୮୮୧ ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥକଙ୍କୁ ମିଶାଇ ରାଜ୍ୟରେ ମୋଟ ୬,୭୦.୫୨୭ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

କହିରଖୁ କି ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୫୪୧ ନୂଆ ପଜିଟିଭ ଚିହ୍ନଟ, ହୋଇଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ କରୋନା ସଂକ୍ରମଣ କାରଣରୁ ହୋଇଛି । ଅନ୍ୟପଟେ ରାଜ୍ୟରେ ପଜିଟିଭ୍ ରେଟ୍ ୧୪ ପ୍ରତିଶତକୁ ଖସିଆସିଛି ୧୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍ କମିବାରେ ଲାଗିଛି ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୫% ତଳେ ଅଛି ଆମ ରାଜ୍ୟରେ କୌଣସି ପ୍ରକାର ଔଷଧର ଅଭାବ ନାହିଁ ବୋଲି କୁହାଯାଇଛି ।