କନକ ବ୍ୟୁରୋ : ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ପଟୁଆଡିହିର ଏକ ସ୍କୁଲ ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।

Advertisment

ଅନ୍ୟପକ୍ଷରେ ଏହା ଏକ ଦୁର୍ଘଟଣା ବୋଲି କହିଛନ୍ତି ସ୍କୁଲ କର୍ତୃପକ୍ଷ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହଷ୍ଟେଲ ୱାର୍ଡେନ ଓ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରୁଛି ପୋଲିସ । ଛାତ୍ରୀ ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ । ହେଲେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି ।