ଏଣିକି ଦଶମ ପାସ୍ କରିଥିବା ବ୍ୟକ୍ତି ବି ବନିବେ ଡିଷ୍ଟ୍ରିବ୍ୟୁଟର! ଘରେ ବସି ଗ୍ୟାସ୍ ଏଜେନ୍ସି ପାଇଁ ଏଭଳି କରନ୍ତୁ ଆବେଦନ…ଜାଣନ୍ତୁ କେଉଁଠି ଏବଂ କିଭଳି ପାଇବେ ଏଜେନ୍ସି ପାଇବାର ସୁଯୋଗ?

ଗ୍ୟାସ୍ ଏଜେନ୍ସି ଖୋଲି ହୋଇପାରିବେ ମାଲେମାଲ୍

3,737

କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସତେ ଯେମିତି ଦୋହଲି ଯାଇଛି । ଛୋଟିଆ ଦୋକାନୀଠୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ , ବେସରକାରୀ ଚାକିଆଙ୍କଠାରୁ ନେଇ ସରକାରୀ ଚାକିରିଆ ପର୍ଯ୍ୟନ୍ତ କେହି ଜଣେ ହେଲେବି ଏହି ମହମାରୀ ପ୍ରକୋପରୁ ବାଦ ପଡିନାହାନ୍ତି । ଇତି ମଧ୍ୟରେ ଯଦି ଆପଣ ନିଜର କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏଲପିଜି ଗ୍ୟାସ ଏଜେନ୍ସି ଖୋଲି ଖୁବ୍ କମ ସମୟ ମଧ୍ୟରେ ଆର୍ଥିକ ସଂକଟରୁ ବାହାରିପାରିବେ । ବଡ କଥା ହେଉଛି ଏଥିପାଇଁ ନା ଆପଣଙ୍କର ବେଶି ଶିକ୍ଷାଗତ ଯୋଗ୍ୟତାର ଦରକାର ପଡିବ  ନା ହିଁ ଖର୍ଚ୍ଚାନ୍ତ । ସ୍ୱଳ୍ପ ଅର୍ଥ ବିନିଯୋଗ କରି ଆପଣ ଏହି ବ୍ୟବସାୟଟିକୁ ଆରମ୍ଭ କରିପାରିବେ ।

କେମିତି ପାଇବେ ଗ୍ୟାସ୍ ଏଜେନ୍ସି?

ଦେଶରେ ଇଣ୍ଡିଆନ, ଭାରତ ଓ ଏଚପି ଗ୍ୟାସ ଭଳି ତିନୋଟି ତୈଳ କଂପାନୀ ରହିଛି । ଯେଉଁମାନେ କି ଡିଲରସିପ ପାଇଁ ବିଭିନ୍ନ ସମୟରେ ବିଜ୍ଞାପନ ତଥା ନୋଟିଫିକେସନ ଜାରି କରିଥାନ୍ତି । ଯଦି ଆପଣ ଏଜେନ୍ସି ଖୋଲିବାକୁ ଚାହୁଁଥିବେ ତେବେ ଏହି ତିନୋଟି କଂପାନୀଙ୍କ ଆଧିକାରିକ େଓବସାଇଟକୁ ଯାଇ ଡିଲରସିପ ପାଇଁ ଆବେଦନ କରିପାରିବେ । ଅର୍ଥାତ୍

• ଏହି ବିଜ୍ଞାପନ ଖବରକାଗଜ ଏବଂ କଂପାନୀଙ୍କ ୱେବସାଇଟରେ ଦିଆଯାଇଥାଏ ।

• ଆବେଦନକାରୀଙ୍କ ଏକ ନିର୍ଦ୍ଦଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡିଥାଏ ।

• ଆବେଦନ ପ୍ରକ୍ରିୟା  ପରେ ଲଟେରି ସିଷ୍ଟମରୁ ଡିଷ୍ଟ୍ରିବ୍ୟୁଟର ଚୟନ କରାଯାଇଥାଏ ।

• ଏବଂ ଲଟେରିରେ ଯେଉଁ ବ୍ୟକ୍ତିଙ୍କ ନାଁ ଘୋଷଣା ହେବ, ତାଙ୍କୁ ହିଁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଡକାଯିବ ।

କେଉଁମାନେ ଖୋଲିପାରିବେ ଏଜେନ୍ସି?

ପୂର୍ବରୁ ଗ୍ୟାସ ଏଜେନ୍ସି ଖୋଲିବା ପାଇଁ ଆବେଦକଙ୍କ ଶିକ୍ଷାଗତ ଯୋଗ୍ୟତା ଅତି କମରେ ଗ୍ରାଜୁଏସନ ହେବା ଦରକାର ପଡୁଥିବା । କିନ୍ତୁ ଜେନେରାଲ କିମ୍ବା ରେଗୁଲାର କାଟାଗୋରୀରେ ଏବେ ଦଶମ ପାସ କରିଥିବା ବ୍ୟକ୍ତି ବି ଏଲପିଜି ଡିଲରସିପ ନେଇପାରିବେ । ତୈଳ କଂପାନୀମାନଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସ ଅନୁଯାୟୀ, ବର୍ତ୍ତମାନ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବି ବ୍ୟକ୍ତି ଗ୍ୟାସ ଏଜେନ୍ସି ନେଇପାରିବେ ।