କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସତେ ଯେମିତି ଦୋହଲି ଯାଇଛି । ଛୋଟିଆ ଦୋକାନୀଠୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ , ବେସରକାରୀ ଚାକିଆଙ୍କଠାରୁ ନେଇ ସରକାରୀ ଚାକିରିଆ ପର୍ଯ୍ୟନ୍ତ କେହି ଜଣେ ହେଲେବି ଏହି ମହମାରୀ ପ୍ରକୋପରୁ ବାଦ ପଡିନାହାନ୍ତି । ଇତି ମଧ୍ୟରେ ଯଦି ଆପଣ ନିଜର କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏଲପିଜି ଗ୍ୟାସ ଏଜେନ୍ସି ଖୋଲି ଖୁବ୍ କମ ସମୟ ମଧ୍ୟରେ ଆର୍ଥିକ ସଂକଟରୁ ବାହାରିପାରିବେ । ବଡ କଥା ହେଉଛି ଏଥିପାଇଁ ନା ଆପଣଙ୍କର ବେଶି ଶିକ୍ଷାଗତ ଯୋଗ୍ୟତାର ଦରକାର ପଡିବ ନା ହିଁ ଖର୍ଚ୍ଚାନ୍ତ । ସ୍ୱଳ୍ପ ଅର୍ଥ ବିନିଯୋଗ କରି ଆପଣ ଏହି ବ୍ୟବସାୟଟିକୁ ଆରମ୍ଭ କରିପାରିବେ ।
କେମିତି ପାଇବେ ଗ୍ୟାସ୍ ଏଜେନ୍ସି?
ଦେଶରେ ଇଣ୍ଡିଆନ, ଭାରତ ଓ ଏଚପି ଗ୍ୟାସ ଭଳି ତିନୋଟି ତୈଳ କଂପାନୀ ରହିଛି । ଯେଉଁମାନେ କି ଡିଲରସିପ ପାଇଁ ବିଭିନ୍ନ ସମୟରେ ବିଜ୍ଞାପନ ତଥା ନୋଟିଫିକେସନ ଜାରି କରିଥାନ୍ତି । ଯଦି ଆପଣ ଏଜେନ୍ସି ଖୋଲିବାକୁ ଚାହୁଁଥିବେ ତେବେ ଏହି ତିନୋଟି କଂପାନୀଙ୍କ ଆଧିକାରିକ େଓବସାଇଟକୁ ଯାଇ ଡିଲରସିପ ପାଇଁ ଆବେଦନ କରିପାରିବେ । ଅର୍ଥାତ୍
• ଏହି ବିଜ୍ଞାପନ ଖବରକାଗଜ ଏବଂ କଂପାନୀଙ୍କ ୱେବସାଇଟରେ ଦିଆଯାଇଥାଏ ।
• ଆବେଦନକାରୀଙ୍କ ଏକ ନିର୍ଦ୍ଦଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡିଥାଏ ।
• ଆବେଦନ ପ୍ରକ୍ରିୟା ପରେ ଲଟେରି ସିଷ୍ଟମରୁ ଡିଷ୍ଟ୍ରିବ୍ୟୁଟର ଚୟନ କରାଯାଇଥାଏ ।
• ଏବଂ ଲଟେରିରେ ଯେଉଁ ବ୍ୟକ୍ତିଙ୍କ ନାଁ ଘୋଷଣା ହେବ, ତାଙ୍କୁ ହିଁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଡକାଯିବ ।
କେଉଁମାନେ ଖୋଲିପାରିବେ ଏଜେନ୍ସି?
ପୂର୍ବରୁ ଗ୍ୟାସ ଏଜେନ୍ସି ଖୋଲିବା ପାଇଁ ଆବେଦକଙ୍କ ଶିକ୍ଷାଗତ ଯୋଗ୍ୟତା ଅତି କମରେ ଗ୍ରାଜୁଏସନ ହେବା ଦରକାର ପଡୁଥିବା । କିନ୍ତୁ ଜେନେରାଲ କିମ୍ବା ରେଗୁଲାର କାଟାଗୋରୀରେ ଏବେ ଦଶମ ପାସ କରିଥିବା ବ୍ୟକ୍ତି ବି ଏଲପିଜି ଡିଲରସିପ ନେଇପାରିବେ । ତୈଳ କଂପାନୀମାନଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସ ଅନୁଯାୟୀ, ବର୍ତ୍ତମାନ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବି ବ୍ୟକ୍ତି ଗ୍ୟାସ ଏଜେନ୍ସି ନେଇପାରିବେ ।