କନକ ବ୍ୟୁରୋ : ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପର ହେଲା ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନ ପତ୍ର ଲିକ୍ ମାମଲାର ହେବ ଅନୁସନ୍ଧାନ । ସାଇବାର ଥାନାରେ ଆଜି ଏତଲା ଦେବ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନ ପତ୍ର ଲିକ୍ କରୁଥିବା ୟୁଟ୍ୟୁବ ଚ୍ୟାନେଲର ତାଲିକା ଦେବ ବୋର୍ଡ । ଏନେଇ କନକ ନ୍ୟୁଜରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ତଦନ୍ତ ପରେ କିଏ ପ୍ରଶ୍ନପତ୍ର ଲିକ୍ କରିଛି ଜଣାପଡ଼ିବ ।

Advertisment

ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା । ହେଲେ ପରୀକ୍ଷା ଆରମ୍ଭ ହେବାର ଦିନକୁ ପୂର୍ବରୁ ସାହିତ୍ୟ, ଇଂରାଜୀ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଗଲା । ଏହା ସହ ଅନ୍ୟ କିଛି ବିଷୟର ପ୍ରଶ୍ନପତ୍ର ମଧ୍ୟ ୟୁଟ୍ୟୁବ୍ ଚ୍ୟାନେଲ ସମେତ ହ୍ୱାଟ୍ସଆପରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ପରୀକ୍ଷାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଟ୍ରିକ୍ ମୂଲ୍ୟାୟନରେ ଷାଣ୍ମାସିକ ପରୀକ୍ଷାର କୌଣସି ଭୂମିକା ନାହିଁ । ହେଲେ ପ୍ରଶ୍ନପତ୍ର କିଭଳି ଓ କାହିଁକି ପ୍ରଘଟ ହେଲା ତାହା ସମସ୍ତଙ୍କୁ ଚକିତ କରିଛି ।